କେସିଙ୍ଗା ମହାବିଦ୍ୟାଳୟ ପରିସରରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଉଦଯାପିତ

କେସିଙ୍ଗା
Dt 22.03.25

ଛାତ୍ରୀ ର ଆତ୍ମସୁରକ୍ଷା ହିଁ ଛାତ୍ରୀ ର ଜୀବନ ରକ୍ଷା, ଏହି ପରିପେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଟାନ କେସିଙ୍ଗା ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଇତିମଧ୍ୟରେ ମହାସମାରୋହରେ ଉଦଯାପିତ ହୋଇଯାଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଉଦ୍ଦଜାପନୀ ଉତ୍ସବରେ ଅନେକ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିବାବେଳେ, ଅଧ୍ୟକ୍ଷ ଶ୍ରୀଯୁକ୍ତ ପାଢୀ ପ୍ରଶିକ୍ଷିତ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣର ସଦୁପଯୋଗ କରିବା, ଯେକୌଣସି ଅସ୍ଵାଭାବିକ ପରିସ୍ଥିତିକୁ ଦାମ୍ଭିକତାର ସହ ମୁକାବିଲା କରିବା, ତାଲିମ ନେଇଥିବା କୌଶଳର ଅପବ୍ୟବହାର ନ କରିବା ଭଳି ଉପଦେଶାତ୍ମକ ବାର୍ତ୍ତା ପ୍ରଦାନ କରିଥିଲେ । ଉକ୍ତ ଛାତ୍ରୀ- ଆତ୍ମସୁରକ୍ଷା ତାଲିମ ଶିବିରର ଭାର ସଂଯୋଜିକା ଅଧ୍ୟାପିକା ଶ୍ରୀମତୀ ଗୀତାଞ୍ଜଳି ଦୋରା ଭାର ତୁଲାଇ ଥିବା ବେଳେ, ମାଷ୍ଟର ଟ୍ରେନର ତପସ୍ଵିନୀ ମାଝି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ପ୍ରଶିକ୍ଷଣ ନେଇଥିବା ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରଯାଇଥିଲା ।
କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *