
ଓ୍ବାଶିଂଟନ୍ : ଆମେରିକା ଓ ସାରା ବିଶ୍ବରେ କରୋନା ଭାଇରସ ବିପଦକୁ ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଘୋଷଣା କରିଛନ୍ତି ରାଷ୍ଟ୍ରୀୟ ଜରୁରୀକାଳୀନ ପରିସ୍ଥିତି। ଭାରତୀୟ ସମୟ ଅନୁସାରେ ଶୁକ୍ରବାର ରାତି ପ୍ରାୟ ୧ଟା ସମୟରେ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। ଏଥିରେ ଯୋଗ ଦେଇ ରାଷ୍ଟ୍ରୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ସେ କହିଛନ୍ତି, କରୋନାରୁ ବଞ୍ଚିବା ପାଇଁ ଲୋକମାନଙ୍କୁ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି।
ଟ୍ରମ୍ପ ଦେଶରେ କରୋନା ଭାଇରସ ସହ ଲଢେଇ ପାଇଁ ୫୦ ବିଲିୟନ୍ ଡଲାର ଫଣ୍ଡ ଘୋଷଣା କରିଛନ୍ତି। ଏହା ସହିତ ସେ ଆମେରିକାର ସମସ୍ତ ରାଜ୍ୟକୁ କରୋନା ଭାଇରସ ମୁକାବିଲା କରିବାପାଇଁ ପର୍ଯ୍ୟାପ୍ତ ପରିମାଣର ଏମର୍ଜନ୍ସି ସେଣ୍ଟର ଖୋଲିବାକୁ କହିଛନ୍ତି। ଏପର୍ଯ୍ୟନ୍ତ ଆମେରିକାରେ କରୋନା ଭାଇରସ୍ ସଂକ୍ରମଣରେ ୨ ହଜାରରୁ ଅଧିକ ମାମଲା ଆସିଛି। ଏହା ସହିତ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏହା ପୂର୍ବରୁ କରୋନା ଭାଇରସ୍ ବିପଦକୁ ଦେଖି ଆମେରିକା ୟୁରୋପରୁ ସମସ୍ତ ପ୍ରକାର ଯାତ୍ରା ଉପରେ ୩୦ ଦିନ ପାଇଁ ନିଷିଧ ଘୋଷଣା କରିଥିଲା।