
ଚଣ୍ଡିଖୋଲ ୨୯/୧(କ ବ୍ୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ଧାନ ମଣ୍ଡଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଟିତ ହେଇଯାଇଛି।ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ଆୟୋଜିତ ଶିବିରକୁ ବଡଚଣା ବିଧାୟକ ଅମର ନାୟକ ଉଦ୍ଘାଟନ କରି ଦିବ୍ୟlଙ୍ଗ ମାନେ କାହା ଉପରେ ନିର୍ଭର ନ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ସହିତ ସମସ୍ତ ସାହଯ୍ୟ ସହଯୋଗ ଯୋଗାଇ ଦେବାକୁ ଉପସ୍ଥିତ ବ୍ଲକ୍ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବଡଚଣା ପଞ୍ଚାଯତ ସମିତି ଅଧ୍ୟକ୍ଷା ମିନତୀ ସେନାପତି, ଉପାଧ୍ୟକ୍ଷ ବିଭlସ ଚନ୍ଦ୍ର ନନ୍ଦ ବଡଚଣା ବ୍ଲକ୍ ଗୋଷ୍ଠି ଉନ୍ନୟନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ,ବଡଚଣା ଥାନା ଅଧିକାରୀ ଅସିତ୍ କୁମାର୍ ବଳବନ୍ତରାୟ ଧାନମଣ୍ଡଳ ସରପଞ୍ଚ ନବଦ୍ୱିପ ନାୟକ ଯୋଗଦେଇ ଦିବ୍ୟlଙ୍ଗ ମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ, ଶାରୀରିକ, ଅସ୍ଥିଶଲ୍ୟ, ମାନସିକ, ଶ୍ରବଣ ବlଧିତ, ଦୃଷ୍ଟି ବlଧିତ ବିଭାଗରେ ମୋଟ୍ ୬୪୨ଦିବ୍ୟlଙ୍ଗ ନାମ ପଞ୍ଜିକୃତ କରିଥିଲେ। ଆଜି ଏହି ଶିବିରରେ ୧୩ଜଣ ଙ୍କୁ ହ୍ୱିଲର ଚେୟାର, ୬ଜଣଙ୍କୁ ଟ୍ରାଇ ସାଇକେଲ ୪୦ଜଣ ଙ୍କୁ ବସ ପାସ୍, ୪ଜଣକୁ ଜି ଆର୍ ଆଇ ଲୋନ୍ ପ୍ରଦାନ କରଯାଇଥିଲା। ବ୍ଲକ୍ ସମଜିକ ସୁରକ୍ଷା ଅଧିକାରୀ ଅଭିନବ ଜେନା ଶିବିର ପରିଚାଳନା କରିବା ସହିତ ଧନ୍ୟବାଦ୍ ଅର୍ପଣ କରିଥିଲେ।