ସୁଭଦ୍ରା ହିତାଧିକାରୀ ବଞ୍ଚିତ ଥିଲେ ପୋର୍ଟାଲରେ ଅଭିଯୋଗ କରନ୍ତୁ: ପ୍ରଭାତୀ ପରିଡା

ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ । ବର୍ତ୍ତମାନ ପାଇଁ ଚତୁର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି । ଯାଞ୍ଚ ପ୍ରକ୍ରିୟା ଚାଲିଥିବାରୁ ଚତୁର୍ଥ ପର୍ଯ୍ୟାୟ ସ୍ଥଗିତ ରହିଛି । ସବୁ ପ୍ରକାର ଯାଞ୍ଚ ସରିଲେ, ଚତୁର୍ଥ ପର୍ଯ୍ୟାୟ ପ୍ରଦାନ କରାଯିବ । ୩୦ ତାରିଖ ସୁଦ୍ଧା ସବୁ ପ୍ରକାର ଯାଞ୍ଚ ସରିବା ଆଶା ରହିଛି । ସୁଭଦ୍ରା ହିତାଧିକାରୀ ବଞ୍ଚିତ ଥିଲେ ପୋର୍ଟାଲରେ ଅଭିଯୋଗ କରନ୍ତୁ। ହିତାଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପରାମର୍ଶ । ଯଦି ବାୟୋମେଟ୍ରିକରେ E-KYC ଶେଷ ଦେଖାଉଛି, ଅଚିନ୍ତା ରୁହନ୍ତୁ। OTP ଜରିଆରେ E-KYC କରିଥିଲେ ବି ବାୟୋମେଟ୍ରିକ କରନ୍ତୁ ।ଗାଁରେ ଏବେ ଫିଲ୍ଡ ଭେରିଫିକେସନ୍ ଚାଲିଛି, ସମସ୍ତେ ସହଯୋଗ କରନ୍ତୁ । ବ୍ଲକ ଅଫିସ, ସରପଞ୍ଚ ଓ ଅଙ୍ଗନବାଡି କର୍ମୀଙ୍କୁ ଅଭିଯୋଗ ଜଣାନ୍ତୁ’ । ମଣ୍ଡିରେ ୫ ଏକର ଜମି ଥିବା ଦର୍ଶାଇଥିଲେ ରିଜେକ୍ଟ ଲିଷ୍ଟରେ ନାଁ ଆସିବ । ଭୁଲବଶତଃ ଉଲ୍ଲେଖ କରିଥିଲେ ପୋର୍ଟାଲ ଜରିଆରେ ଅଭିଯୋଗ କରନ୍ତୁ । ଡିସେମ୍ବର ୧ ତାରିଖ ସୁଦ୍ଧା ସୁଭଦ୍ରା ପାଇଁ ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଜଣ ମହିଳା ଆବେଦନ କରିସାରିଛନ୍ତି । ସମସ୍ତ ପ୍ରକ୍ରିୟାର ସୁବ୍ୟବସ୍ଥା ଓ ଯାଞ୍ଚ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଉନ୍ନୟନ କମିଶନର ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଉପସ୍ଥିତିରେ ଅନୁଧ୍ୟାନ କରାଯାଇଥିଲା । ବୈଠକରେ ସୁଭଦ୍ରା ଆବେଦନ ଯାଞ୍ଚ ପାଇଁ ଗଠିତ କ୍ଷେତ୍ରସ୍ତରୀୟ ଟିମମାନଙ୍କର କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା ।ସୂଚନା ଅନୁସାରେ ନଭେମ୍ବର ୨୪ରେ ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଥିଲେ ମୁଖ୍ୟମନ୍ତ୍ରୀ । ସିଧାସଳଖ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯାଇଥିଲା ସୁଭଦ୍ରା ଟଙ୍କା। ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଥିଲେ, ଖାଲି ମିଶନ ଶକ୍ତି ଗଠନ କରି ପ୍ରଚାର କରୁଥିଲେ, ମହିଳାଙ୍କୁ ଆମେ ସ୍ୱାବଲମ୍ବୀ କରିବୁ। ଏବେ ବି ଅନେକ ମହିଳା ଆବେଦନ କରି ସହାୟତା ଅପେକ୍ଷାରେ ଅଛନ୍ତି। ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟରେ ଆଉ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇ କୋଟିଏ ହିତାଧିକାରୀଙ୍କୁ ସାମିଲ କରିବାକୁ ସ୍ଥିର କରିଛି ବିଭାଗ ।ସୁଭଦ୍ରା ଯୋଜନାକୁ ନେଇ ନଭେମ୍ବର ୨୬ରେ ବଡ଼ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆସନ୍ତା ବର୍ଷ ମାର୍ଚ୍ଚ ୭ ‘ସୁଭଦ୍ରା’ ଆବେଦନର ଡେଡଲାଇନ୍ । ୨୦୨୫ ମାର୍ଚ୍ଚ ୭ ‘ସୁଭଦ୍ରା’ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ । ଏନେଇ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ ୮ ମହିଳା ଦିବସରେ ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ । ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଯାଇଛି । ୩ଟି ପର୍ଯ୍ୟାୟରେ ମୋଟ୍‌ ୮୦ ଲକ୍ଷ ୩୫ ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ରାଶି ମିଳିସାରିଲାଣି । ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟରେ ଆଉ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇ କୋଟିଏ ହିତାଧିକାରୀଙ୍କୁ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

Leave a Reply

Your email address will not be published. Required fields are marked *