ଡମ୍ଫର ପଛରେ ପିଟିଲା ଆମ୍ବୁଲାନ୍ସ ୧ମୃତ ୩ ଗୁରୁତର

ବଡ଼ଚଣା ୨୮/୧୧(ଏନଏନ ଏସ)ଆଜି ସକାଳ ୬ ଘଟିକା ସମୟରେ ୧୬ ନମ୍ବର ଜାତୀୟ ରଜପଥ ଚଣ୍ଡିଖୋଲ ରେଲୱ୍ ବ୍ରିଜ୍ ନିକଟରେ ଦମ୍ଫର୍ ପଛରେ ଏକ ଆମ୍ବୁଲାନ୍ସ ଧକ୍କା ଦେବାରୁ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ୱେଷ୍ଟ ବେଙ୍ଗଲରୁ ରୋଗୀ ନେଇ ଭୁବନେଶ୍ୱର ର ହାଇଟେକ୍ ମେଡିକାଲ୍ କୁ ଯାଉଥିବା ସମୟରେ ୧୬ ଜାତୀୟ ରାଜପଥ ଚଣ୍ଡିଖୋଲ ରେଲୱେ ବ୍ରିଜ ନିକଟରେ ଆଗରୁ ରାସ୍ତା ଉପରେ ଛିଡା ହୋଇଥିବା ଡ଼ମ୍ଫର୍ କୁ ପଛପଟୁ ଏକ ଆମ୍ବୁଲାନ୍ସ ନମ୍ବର ଡବ୍ଲୁ. ବି  ୩୩ ଡି ୯୨୭୪  ଧକ୍କା ଦଆଜାଦ(୨୨) ଙ୍କ ମୃତ୍ୟୁ ହୋଇଥିଲା ବେଳେରୋଗୀ ଅକ୍ତରି ବିବି(୭୩)  , ଅନ୍ଵରି ବେଗମ୍ (୫୦), ସନ୍ଵରି ଦେଏ (୫୪) ଗୁରୁତ୍ୱ ଆହତ ହୋଇଥିବା  ମହିଳା ମାନଙ୍କୁ ଚଣ୍ଡିଖୋଲ ଅଗ୍ନି ଶ୍ରମ ବାହିନୀ ର ହlବିଲଦlର୍ ସୀତାରାମ ଶର୍ମାଙ୍କ ଟିମ୍ ସମେତ  ବଡ଼ଚଣା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ଓ  ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ  ଅସିତ୍  କୁମାର ବଳବନ୍ତରାୟ  ପହଞ୍ଚି ଦୃଘଟାନ ଗ୍ରସ୍ତ  ଆମ୍ବୁଲାନ୍ସ କୁ ଜବତ୍ କରିବା ସହିତ ତଦନ୍ତ ଚାଲୁରଖିଛି l

Leave a Reply

Your email address will not be published. Required fields are marked *