
ବଡଚଣା ୨୮/୧୧ : ସମ୍ବିଧାନ ହେଉଛି ଆମ ସ୍ୱାଧୀନ ଭରତର ପୁଣ୍ୟ ଗ୍ରନ୍ଥ। ଦେଶର ମାର୍ଗ ଦର୍ଶକ, ଦେଶର ସବୁ ଆଇନ୍ କାନୁନ୍ ବିଧି ବ୍ୟବସ୍ଥାର ମୁଖ୍ୟ ସ୍ରୋତ। ଏହା ଜାତି ଧର୍ମ ବର୍ଣ୍ଣ ଲିଙ୍ଗ, ପୂରୁଷ ନାରୀ, ଧନୀ ଗରିବ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ଦେଇଛି ବୋଲି ବଡଚଣା ବ୍ଲକ୍ ଅନ୍ତର୍ଗତ ନୁଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ପକ୍ଷରୁ ଆୟୋଜିତ ସମ୍ବିଧାନ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ମୋହନମା ହାଲା ମତବ୍ୟକ୍ତ କରିଛନ୍ତି। ଜାତୀୟ ସେବା ଯୋଜନା ସଂଯୋଜକ ଅଧ୍ୟାପକ କିଶୋର କୁମାର ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ସଭାରେ ଶ୍ରୀ ମାହାଲା ସମ୍ବିଧାନ ଆମ ଦେଶର ଏକତା ଓ ଅଖଣ୍ଡତା ମୂଳ ସ୍ରୋତ। ଆମ ସମସ୍ତଙ୍କୁ ସମ୍ବିଧାନରେ ଥିବା ମୌଳିକ କର୍ତ୍ତବ୍ୟ ଗୁଡ଼ିକୁ ପାଳନ କରିବା ସହିତ ଦେଶର ସାର୍ବଭୌମତ୍ୱ, ଏକତା ଓ ସଂହତି ପ୍ରତି ଆମେ ସଚେତନ ରହିବା ସହିତ ଆମ ଜାତୀୟ ପତାକା ଓ ଜାତୀୟ ସଙ୍ଗୀତକୁ ସମ୍ମାନ ପ୍ରଦର୍ଶନ କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ପ୍ରମୋଦ କୁମାର ଖଣ୍ଡାୟୀ, ହରି ନାରାୟଣ ସାହୁ ଅଧ୍ୟାପିକା ରଞ୍ଜିତା ସ୍ବାଇଁ ପ୍ରମୁଖ ଯୋଗଦେଇ ସମ୍ବିଧାନ ଦିବସ ର ତାତ୍ପର୍ଯ୍ୟ ବିଷୟରେ ଆଲୋଚନl କରିଥିଲେ। ଅଧ୍ୟାପକ ଦୀପକ୍ କୁମାର ଦାସ ସମ୍ବିଧାନର ମୁଖବନ୍ଧ ପାଠ କରାଇଥିଲେ। ଏଥିରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀଙ୍କ ସମେତ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।