
ଵାଲେଶ୍ଵର: ତା୨୨/୧୧: ମିଶନ ଶକ୍ତି ଵିଭାଗ ଅଧିନରେ ତୃଣମୂଳ ସ୍ତରରେ ମହିଳା ସଶକ୍ତିକରଣ ଜୀଵିକା ମିଶନ କାର୍ଯରେ ଥିଵା ଜିଲ୍ଲାର ଇସି ସଦସ୍ଯାମାନଙ୍କୁ ନେଇ ଗଠିତ ” ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘର ପ୍ରଥମ ଵାଲେଶ୍ଵର ଜିଲ୍ଲା ସମ୍ମିଳନୀ ଆଜି ଵାଲେଶ୍ଵର ଗାନ୍ଧୀ ସ୍ମୃତି ଭଵନରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମିଳନୀକୁ ପ୍ରଦୀପ ପ୍ରଜ୍ଵଳନ କରି ଏଆଇଟିୟୁସି ରାଜ୍ଯ ସାଧାରଣ ସମ୍ପାଦକ ଵିଜୟ ଜେନା ମିଶ ଶକ୍ତି ଵିଭାଗ ସାଧାରଣ ମହିଳାମାନଙ୍କୁ ଜୀଵିକା ଅର୍ଜନର ମାଧ୍ଯମ ଯୋଗାଇବା ପାଇଁ କାର୍ଯ୍ଯ କରୁଥିଵା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ତୃଣମୂଳ ସ୍ତରର ସିଏଲ୍ଏଫ୍, ଜିପିଏଲ୍ଏଫ୍,ଵିଏଲ୍ଏଫ ଓ ଡିଏଲ୍ଏଫ୍ ଇସି ମାନେ ଗତ ୨୦ ଵର୍ଷ ଧରି କାର୍ଯ୍ଯକରି ଆସିଛନ୍ତି। ପ୍ରଥମେ କେଵଳ ଵୈଠକ ଭତ୍ତା, ୨୦୧୯ ଠାରୁ ଧାର୍ଯ୍ଯ ଗସ୍ତ ଭତ୍ତା ଵାଵଦରେ ମାଷିକ ହଜାରେ ଟଙ୍କା ହାରରେ ୨୦୨୪ ମାର୍ଚ୍ଚ ଠାରୁ ଆଉ ୫ଶହ ମିଶାଇ ମୋଟ ୧୫ଶହ ଟଙ୍କା ହାରରେ ଗସ୍ତ ଭତ୍ତା ପାଉଛନ୍ତି। ଜୁନ ମାସରେ ସରକାର ପରିଵର୍ତ୍ତନ ପରେ ରିଷ୍ଟ୍ରକ୍ଚରିଙ୍ଗ ନାମରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଠାରୁ ଆରମ୍ଭ କରି ସିଏଲ୍ଏଫ୍, ଜିପିଏଲ୍ଏଫ୍, ଵିଏଲ୍ଏଫ୍ ଓ ଡିଏଲ୍ଏଫ୍ ଇସିମାନଙ୍କୁ ଵିଦାକରି ନୂଆ ଲୋକଙ୍କୁ ଭର୍ତ୍ତି କରିଵା ଆଳରେ ଅସ୍ଥିରତା ସୃଷ୍ଟି କରାଯାଉଅଛି।ଅଧିକାଂଶ କେନ୍ଦ୍ରୀୟ ସ୍କିମରେ ଏହିଭଳି ଵର୍ଷେ, ୨ଵର୍ଷ ଵା ୫ଵର୍ଷରେ ପରିଵର୍ତ୍ତନ କଥା ଗାଇଡ୍ ଲାଇନ ଥିଲେଵି ଯେହେତୁ ରାଜ୍ଯ ଏହାର ପରିଚାଳନା କରେ ରାଜ୍ଯସ୍ତରରେ ଏମାନଙ୍କୁ ସ୍ଥାୟୀ ଭାଵେ ରଖାଯାଇଥାଏ।ଏହାଛଡା ଭାରତୀୟ ଶ୍ରମ ସମ୍ମିଳନୀ ସ୍କିମ ଓ୍ଵାର୍କରମାନଙ୍କୁ ଓ୍ଵାର୍କର ମାନ୍ଯତା ସହ ସର।ଵନିମ୍ନ ମଜୁରୀ ଓ ସାମାଜିକ ନିରାପତ୍ତା ପାଇଁ ସୁପାରିଶ କରିଥିଲେଵି ସରକାର ଏହା ଏପର୍ଯ୍ଯନ୍ତ କାର୍ଯ୍ଯକାରୀ କରି ନାହାନ୍ତି। ଏଥି ପାଇଁ ସମସ୍ତ ଇସି ଐକ୍ଯଵଦ୍ଧ ହୋଇ ନିଜ ହକ ଓ ଅଧିକାର ପାଇଁ ଲଢିଵା ସହ ମିଶନ ଶକ୍ତି ଵିଭାଗର ଅନ୍ଯାନ୍ଯ ସ୍କିମ ଓ୍ଵାର୍କର ମାନଙ୍କୁ ମଧ୍ଯ ଓ୍ଵାର୍କରମାନ୍ଯତା ସହ ଏ ସମସ୍ତଙ୍କୁ ଓ୍ଵାର୍କର ମାନ୍ଯତା, ଏମାନଙ୍କ ପାଇଁ ସର୍ଵନିମ୍ନ ମଜୁରୀ ଆଇନ କାର୍ଯ୍ଯକାରୀ କରାଇଵା, ସାମାଜିକ ନିରାପତ୍ତା ପ୍ରଦାନ ପାଇଁ ଏଆଇଟିୟୁସି ଲଢୁଛି। ମିଶନ ଶକ୍ତିର ଭଉଣୀମାନେ ଏଆଇଟିୟୁସହ ହାତ ମିଳାଇ ଏହି ଐକ୍ଯଵଦ୍ଧ ଲଢେଇରେ ସମସ୍ତେ ସାମିଲ ହେଵାକୁ ଆହ୍ଵାନ ଦେଇଥିଲେ। ନିଖିଳ ଓଡିଶା ଜୀଵିକା ମିଶନ ଇସି ସଂଘର ରାଜ୍ଯ ସଭାପତି ଜୟନ୍ତ ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସଂଘ ସାଧାରଣ ସମ୍ପାଦକ ଜାନକୀ ଲତା ନାୟକ, ରାଜ୍ଯ ଉପସଭାପତି ପୁଷ୍ପାଞ୍ଜଳୀ ଜେନା ଓ ତପନ କୁମାର ସିଟ ଉଦଵୋଧନ ଦେଇ ପ୍ରତ୍ଯେକ ଗ୍ରାମ ପଞ୍ଚାୟତ, ଵ୍ଲକ, ଓ ଜିଲ୍ଲା ସ୍ତରରୁ ସଂଗଠନକୁ ସୁଦୃଢ କରି ରାଜ୍ଯ ଵ୍ଯାପୀ ଵ୍ଲକ, ଜିଲ୍ଲା ଓ ରାଜ୍ଯ ସ୍ତରୀୟ ଆନ୍ଦୋଳନ ପାଇଁ ଆଗେଇ ଆସିଵାକୁ ଆହ୍ଵାନ ଦେଇଥିଲେ। ଡିଏଲ୍ଏଫ୍ ର ସୁଷମା ଦତ୍ତ, ସରସ୍ଵତୀ ପାତ୍ରଙ୍କ ସମେତ ଏହି ଵୈଠକରେ ଜିଲ୍ଲାର ୧୪ଟି ପ୍ରକଳ୍ପରୁ ୪୦ରୁ ଅଧିକ ଇସି ଵକ୍ତଵ୍ଯ ଦେଇ ଵ୍ଲକ ଜିଲ୍ଲା ଓ ରାଜ୍ଯସ୍ତରର ସଂଗଠନ ସୁଦୃଢ କରାଇ ଶକ୍ତିଶାଳୀ ଆନ୍ଦୋଳନ ପାଇଁ ସଂକଳ୍ପ ଘୋଷଣା କରିଥିଲେ। ଏହି ସମ୍ମିଳନୀକୁ ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ ପକ୍ଷରୁ ପ୍ରତିଭା ପାଲ ଓ ଲକ୍ଷ୍ମୀ ପ୍ରିୟା ଦାସ ଶୁଭେଛା ଜଣାଇଥିଲେ।ଆଗାମୀ ଏକଵର୍ଷ ପାଇଁ ୫୧ ଜଣିଆ ଜିଲ୍ଲା କମିଟି ଗଠନ ସହ ସେମାନଙ୍କ ମଧ୍ଯରୁ ୧୫ଜଣିଆ କର୍ମକର୍ତ୍ତା ମଣ୍ଡଳୀ ନିର୍ଵାଚିତ ହୋଇଛନ୍ତି। ଜିଲ୍ଲା ସଭାପତି ଭାଵେ ପ୍ରଭାତୀ ସାହୁ, ଜିଲ୍ଲା ସମ୍ପାଦକ ଭାଵେ ସ୍ମାରକୀ ସ୍ଵାଇଁ, କୋଷାଧ୍ଯକ୍ଷ ଭାଵେ ମନୋରମା କମିଳା, ଉପସଭାପତି ଭାଵେ ଲକ୍ଷ୍ମୀ ପ୍ରିୟା ଦାସ, ସ୍ଵାତୀ ଭୋଳ, କଵିତା ପାଲ, ଶିଵାନୀ ମହାନ୍ତି, ଯୁଗ୍ମ ସମ୍ପାଦକ ଭାଵେ ମମତା ଵିଶ୍ଵାଳ, ମମତାରାଣୀ ଦାସ, ପ୍ରମିଳା ନାୟକ ଓ ସଵିତା ଦାସ ନିର୍ଵାଚିତ ହୋଇଛନ୍ତି। ଆଗାମୀ ଡିସେମ୍ଵର ପ୍ରଥମ ସପ୍ତାହରେ ଵାକି ପଦଵୀ ପୂରଣ ସହ ଆନ୍ଦୋଳନ ତାରିଖ ଘୋଷଣା କରାଯିଵ ଏହି କାର୍ଯ୍ଯକ୍ରମ ପରିଚାଳନାରେ ମଧୁମିତା ପରିଡା, ସ୍ନେହଲତା ଵେହେରା, ସ୍ଵର୍ଣ୍ଣ କାନ୍ତି ମହାପାତ୍ର, ଝରଣା ସେଠୀ, କନକ ଲତା ଵିଶ୍ବାଳ, ଵିଜୟ କୁମାର ସେଠୀ, ଆଶୁତୋଷ ପରିଡା ଏଵଂ ଜୟନ୍ତ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ।