

ରାଜଗାଙ୍ଗପୁର: 22 /11 /2024 (ଅବଦୁଲ ରଜାକ ଖାନ :- 22 ନଭେମ୍ବର 2024 ଶୁକ୍ରବାର ଦିନ ରାଜଗାଙ୍ଗପୁର ଅବସ୍ଥିତ ଶ୍ରୀଅରୋବିନ୍ଦ ବିଦ୍ୟାଲୟ କ୍ୟାମ୍ପସରେ ବାର୍ଷିକ କ୍ରୀଡା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ରାଜଗାଙ୍ଗପୁର ଥାନା ଭାରପ୍ରାପ୍ତ ଅଧିକାରୀ ମନୋରଂଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଆନ୍ତର୍ଜାତୀୟ କାଭାଡି ମ୍ୟାଚ୍ ରେଫରି ଅରବିନ୍ଦ କୁମାର ପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଓ କ୍ରୀଡ଼ାର ମହତ୍ବ ଉପରେ ଆଲୋକପାତ କରିଥିଲେ ଓ ଏହା ସହିତ କାର୍ଯ୍ୟକ୍ରମରେ ପ୍ରଶଂସା ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରୀ ଅରୋବିନ୍ଦ ବିଦ୍ୟାଲୟାର ପରିଚାଳନା କମିଟି ର ସଭାପତି ସଞ୍ଜୀବ ବେହୁରା ଉଦ୍ଘାଟନ କରିଥିଲେ ଏବଂ ବିଦ୍ୟାଳୟର ସଭାପତି ଦୀନବନ୍ଧୁ ସେନାପତି ସ୍ୱାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସୋହାନ ଦାସ ଏବଂ ଶିକ୍ଷକ ସ୍ନେହଲତା ରାଉତ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ ଯେ କ୍ରୀଡା ଦିବସ ଆରମ୍ଭ ପୂର୍ବରୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଡକ୍ଟର ଅଶୁତୋଷ ଦେବତା ଏବଂ ରୋହିତ ବିଶ୍ୱକର୍ମାଙ୍କ ନେତୃତ୍ୱରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମଲେଶ୍ୱରୀ ମନ୍ଦିରରେ ମଶାଲ ପୂଜା କରି ମଶାଲ ବିଦ୍ୟାଳୟ ପରିସର କୁ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ପାଇଁ ଶ୍ରୀ ଅରୋବିନ୍ଦଙ୍କ ଆଶ୍ରମ ଏବଂ ଖେଳ ପଡିଆକୁ ଆଣିଥିଲେ ସମସ୍ତ କ୍ରୀଡା ପ୍ରତିଯୋଗିତା ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସଚିନ୍ ବାଉରୀ ଏବଂ ମୁକେଶ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା | ବିଦ୍ୟାଳୟ, ଉପସଭାପତି ରଘୁନାଥ ସାମନ୍ତରାଏ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଞ୍ଜୀବ ଭେହୁରା, ସମ୍ପାଦକ ରାମଚନ୍ଦ୍ର ବେଉରା ଉପାଧ୍ୟକ୍ଷ ଡାକ୍ତର ଅରିକ୍ଷୀତ ସାହୁ, ସହ-ସମ୍ପାଦକ ଅଞ୍ଜନା ବେହୁରା, ବେଳାରାଣୀ ଶତପଥୀ, ସବିତା ମହନ୍ତୀ ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଏଥିରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର, ଶିକ୍ଷକ, ଶିକ୍ଷିକା ଏବଂ ଅଭିଭାବକମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର, ଜିଲ୍ଲା- ସୁନ୍ଦରଗଡ଼
Mob:- 9437343995