ଭବାନୀପାଟଣା ରେ ଜିଲ୍ଲା ସ୍ତରୀୟ ସମବାୟ ସପ୍ତାହ ଉତ୍ସବ


ଭବାନୀପାଟଣା : ବିକଶିତ ଭାରତରେ ବିକଶିତ ଓଡ଼ିଶା ଗଠନରେ ସମବାୟର ଭୂମିକା ନେଇ ସମବାୟ ବିଭାଗ ପକ୍ଷରୁ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହର ଜିଲ୍ଲା ସ୍ତରୀୟ ଉତ୍ସବ ଭବାନୀପାଟଣା ଟାଉନ ହଲ ଠାରେ ପାଳିତ ହୋଇଛି l ଡିଆରସିଏସ ପ୍ରମୋଦ ସାହୁ ଙ୍କ ଆହ୍ବାନ କ୍ରମେ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରାଙ୍କ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ l ଡିଆରସିଏସ ପ୍ରମୋଦ କୁମାର ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର,ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ , ଅନ୍ୟତମ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇ ଗ୍ରାମାଞ୍ଚଳରେ ଥିବା ଚାଷୀ ଓ ଚାଷ ସହିତ ସମବାୟ ର ଭୂମିକା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ରୁପ କେଶରୀ ଦଳେଇ ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲା ର ମୋଟ ୧୦୨ ଟି ପ୍ୟକ୍ସ ଓ ଲ୍ୟାମ୍ପସ ର ସଭାପତି,
ନିର୍ଦ୍ଦେଶକ, ମୂଖ୍ୟ କlର୍ଯ୍ୟ ନିର୍ବାହୀ ମାନଙ୍କ ସମେତ ସମବାୟବିତ ଓ ଅଗ୍ରଣୀ କୃଷକ ମାନେ ଯୋଗଦେଇ ଥିଲେ। ସମବାୟ ସପ୍ତାହ ଅବସରରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମବାୟ ବିଭାଗ ପକ୍ଷରୁ ଅର୍ଥ ରାଶି ସହିତ ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ସମବାୟ ବ୍ୟାଙ୍କ ମୂଖ୍ୟ କାର୍ଯ୍ୟନିର୍ବାହୀ ବନଲତା ଧଳ ଧନ୍ୟବାଦ ଅର୍ପଣ କରିଥିଲେ।
ସଂଜୀବ କୁମାର ପାତ୍ର, ଭବାନୀପାଟଣା,

Leave a Reply

Your email address will not be published. Required fields are marked *