ନିର୍ବାଚନ ଆୟୋଗ ଯାଞ୍ଚ କଲେ ରାହୁଲଙ୍କ ବ୍ୟାଗ୍‌

Rahul Gandhi s bags inspected by Election Commission officials in Amravati

Read moନିର୍ବାଚନ ଆୟୋଗ ଅଧିକାରୀମାନେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ବ୍ୟାଗ୍ ଯାଞ୍ଚ କରିଛନ୍ତି। ମହାରାଷ୍ଟ୍ରର ଅମରାବତୀରେ ନିର୍ବାଚନୀ ପ୍ରଚାରକୁ ଯିବା ସମୟରେ ରାହୁଲ ଗାନ୍ଧିଙ୍କ ବ୍ୟାଗରେ ଖାନତଲାସୀ କରିଛନ୍ତି। ଗତକାଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏବଂ ଏଥିରେ ଥିବା ବ୍ୟାଗଗୁଡ଼ିକର ଯାଞ୍ଚ କରାଯାଇ ଥିବାବେଳେ ଆଜି ରାହୁଲ ଗାନ୍ଧିଙ୍କ ବ୍ୟାଗ୍ ଯାଞ୍ଚ କରିଛନ୍ତି ନିର୍ବାଚନ ଆୟୋଗ। ସୂଚନା ଅନୁସାରେ, ଅମରାବତୀରେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଅବତରଣ କରିବା ବେଳେ ନିର୍ବାଚନ ଆୟୋଗର କିଛି ଅଧିକାରୀ ସେଠାକୁ ଯାଇ ରାହୁଲ ଗାନ୍ଧିଙ୍କ ବ୍ୟାଗ୍ ଯାଞ୍ଚ କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧି ମଧ୍ୟ ସେହି ସ୍ଥାନରେ ଉପସ୍ଥିତ ଥିଲେ। କିନ୍ତୁ କିଛି ସମୟ ପରେ ସେ ସେଠାରୁ ଚାଲି ଯାଇଥିଲେ। ରାହୁଲ ଗାନ୍ଧିଙ୍କ ବ୍ୟାଗ୍ ଯାଞ୍ଚ ହେଉଥିଲେ ମଧ୍ୟ ସେ ସେଠାରୁ ଚାଲିଯାଇ ଦଳୀୟ କର୍ମକର୍ତ୍ତାଙ୍କ ସହ ବାର୍ତ୍ତାଳାପ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। “ଝାନସୀ ମେଡିକାଲ ଅଗ୍ନିକାଣ୍ଡ ଘଟଣା ; ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ, କହିଲେ ଘଟଣା ବହୁତ୍ ହୃଦୟ ବିଦାରକ” ନିକଟରେ ନିର୍ବାଚନ ଅଧିକାରୀମାନେ ଶିବସେନା (ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେଙ୍କ ହେଲିକପ୍ଟର ଓ ବ୍ୟାଗକୁ ଯାଞ୍ଚ କରିଥିଲେ। ଏହାର ଭିଡିଓ ଉଦ୍ଧବ ରେକର୍ଡ କରିବା ସହ କ’ଣ ଅଧିକାରୀମାନେ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହଙ୍କ ବ୍ୟାଗକୁ ଯାଞ୍ଚ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। ଏହାପରେ ନିର୍ବାଚନ ହେବାକୁ ଥିବା ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରକୁ ଗସ୍ତ କରୁଥିବା ନେତାମାନଙ୍କ ବ୍ୟାଗ ଯାଞ୍ଚ କରୁଛି ନିର୍ବାଚନ ଆୟୋଗ। ଶୁକ୍ରବାର ଅମିତ ଶାହ, ଏହା ପୂର୍ବରୁ ଦେବେନ୍ଦ୍ର ଫଡନାଭିସ, ଏକନାଥ ସିନ୍ଦେ, ଅଜିତ ପାୱାର ଏବଂ ଅନ୍ୟମାନଙ୍କ ହେଲିକେପ୍ଟର ଏବଂ ବ୍ୟାଗ ମଧ୍ୟ ଯାଞ୍ଚ

Leave a Reply

Your email address will not be published. Required fields are marked *