
ରେଢ଼ାଖୋଲ: ଜିଲା ପରିଷଦଙ୍କୁ ତହସିଲଦାର ଓ ଅମିନଙ୍କୁ ଦୁର୍ବ୍ୟବହାର ଘଟଣାରେ ଅମିନଙ୍କୁ ନିଲମ୍ବନ ସହ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଉପଜିଲାପାଳଙ୍କ ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ବଲପୁର ଜିଲାପାଳ ଅମିନ କୁଳମଣି ନାଏକଙ୍କୁ ନିଲମ୍ବନ ସହ ତହସିଲଦାରଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି। ଗତ ୧୩ ତାରିଖରେ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଓ ଅମିନ ଜିଲା ପରିଷଦଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ତେବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଘଟଣାର ତଦନ୍ତ ନିର୍ଦ୍ଦେଶ ପରେ ଜିଲାପାଳ ତଦନ୍ତ କରି ପ୍ରାଥମିକ ପର୍ଯ୍ୟାୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜରିଥିବା ଜଣାପଡ଼ିଛି। “ଜାତୀୟ ପ୍ରେସ ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ” ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ରେଢାଖୋଲ ଜୋନ୍-୨ ଜିଲାପରିଷଦ ସଭ୍ୟ ଶରତ କୁମାର ପ୍ରଧାନ ତାଙ୍କର ଏକ ମ୍ୟୁଟେଶନ କେସ୍ ତହସିଲଦାର ଖାରଜ କରିଥିବା ନେଇ ତାର କାରଣ ସମ୍ପର୍କରେ ଜାଣିବାକୁ ତହସିଲଦାରଙ୍କ ଅଫସ ପ୍ରକୋଷ୍ଠ କୁ ଯାଇ ପଚାରିବାରେ ତହସିଲଦାର ଉତକ୍ଷିପ୍ତ ହୋଇ ମୁଁ କିଛି ଜାଣିନାହିଁ, କିଛି କହି ପାରିବିନାହିଁ ବୋଲି କହି ଗେଟ୍ ଆଉଟ୍ କହିଥିଲେ। ଜଣେ ଜନପ୍ରତିନିଧିଙ୍କୁ ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ଜିଲାପରିଷଦ ସଭ୍ୟ କହିବାରୁ ତହସିଲଦାର ତାଙ୍କ ଚୌକିରୁ ଉଠିପଡ଼ି ଚପଲରେ ପିଟିବାକୁ ଉଦ୍ୟମ କରିବା ସହ ଅଫିସ କର୍ମଚାରୀ ଅମିନ କୁଳମଣି ନାଏକଙ୍କୁ ଡାକି ଅଫିସରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଅମିନ କୁଳମଣି ଜିଲାପରିଷଦ ସଭ୍ୟଙ୍କୁ ଧକ୍କା ମାରି ଅଫିସରରୁ ବାହାର କରିଦେଇଥିଲେ। ଏ ନେଇ ଜିଲାପରିଷଦ ସଭ୍ୟ ରେଢ଼ାଖୋଲ ଥାନାରେ ତହସିଲଦାରଙ୍କ ବିରୋଧରେ ରେଢ଼ାଖୋଲ ଥାନାରେ ଲିଖିତ ଅଭିଯୋଗ କରିବା ସହ ଉପଜିଲାପାଳ ରଶ୍ମୀରଞ୍ଜନ ମହାନ୍ତଙ୍କୁ ମଧ୍ୟ ଅଭିଯୋଗ କରିଥିଲେ।