
ଭୁବନେଶ୍ୱର: ବିଜେଡିକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମବାୟ ସପ୍ତାହ ପାଳନ ଉତ୍ସବରେ ଦୁର୍ନୀତିଖୋରଙ୍କୁ ଚେତାବନୀ । କହିଲେ, ଚାଷୀଙ୍କ ସ୍ୱାର୍ଥରେ ବାଧା ଆଣିଲେ ପଠାଯିବ ଜେଲ । କୋପରେଟିଭ ସଂସ୍ଥାକୁ କରପସନ ସଂସ୍ଥାରେ ପରିଣତ କରିଥିଲେ ପୂର୍ବ ସରକାର । ବିଜେଡିର କାଉଣ୍ଟର ।
ସମବାୟ ବିଭାଗର ଦୁର୍ନୀତି ଖୋଜିବେ ସରକାର। ବିଜେଡି ସରକାର ସମୟରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବେ ବିଜେପି ସରକାର। ସମବାୟ ଦିବସରେ ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଦୁର୍ନୀତି କଲେ କ୍ଷମା ଦିଆଯିବନି। କୋପରେଟିଭ ସଂସ୍ଥାକୁ କରପସନ ସଂସ୍ଥାରେ ପରିଣତ କରିଥିଲେ ବିଜେଡ଼ି ସରକାର। ପୂର୍ବ ସରକାର ସମୟରେ ହୋଇଥିବା ଦୁର୍ନୀତିର ତଦନ୍ତ ହେବ। ଢୋଲ ଭିତରେ ମୂଷା ଭଳି କିଛି ଲୋକ ବିଶୃଙ୍ଖଳା କରିବା ପାଇଁ ଅଛନ୍ତି। ଆଉ ଯେଉଁମାନେ ଦୁର୍ନୀତି କରିବେ ସେମାନଙ୍କୁ ସରକାର ଚିହ୍ନଟ କରିବେ ଏବଂ ଆକ୍ସନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ ବିଜେଡି କହିଛି ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଏକଥା ଶୋଭାପାଏ ନାହିଁ।