ବାବା ସିଦ୍ଦିକ ମାମଲାରେ ପୁଣି ବଡ଼ ଖୁଲାସା; ହତ୍ୟା ପରେ ଗହଳିରେ ଅଧ ଘଣ୍ଟା ରହିଥିଲା ଅଭିଯୁକ୍ତ

ବାବା ସିଦ୍ଦିକ ହତ୍ୟାକାଣ୍ଡକୁ ନେଇ ଗୋଟେ ପରେ ଗୋଟେ ଚାଞ୍ଚଲ୍ୟକର ଖୁଲ୍ଲାସା ସାମ୍ନାକୁ ଆସୁଛି । ମୁମ୍ବାଇ ପୋଲିସ କଷ୍ଟୋଡିରେ ଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋଟେ ପରେ ଗୋଟେ ଖୁଲ୍ଲାସା କରିବାରେ ଲାଗିଛି । ଗତମାସ ୧୨ ତାରିଖ ରାତିରେ ବାବା ସିଦ୍ଦିକଙ୍କୁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ୩ ଜଣ ଗୁଳି କରିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଲୀଲାବତୀ ହସ୍ପିଟାଲ ନିଆ ଯାଇଥିଲା । ଘଟଣାସ୍ଥଳରୁ ଅଭିଯୁକ୍ତ ଗୁରନେଲ୍ ସିଂହ ଓ ଧର୍ମରାଜ କଶ୍ୟପଙ୍କୁ ପୋଲିସ କାବୁ କରିଥିବା ବେଳେ ଖସି ଯାଇଥିଲା ମୁଖ୍ୟ ଅଭିଯୁକ୍ତ ଶିବକୁମାର ଗୌତମ । ଘଟଣାସ୍ଥଳରୁ ସିନା ସେ ଖସି ଯାଇଥିଲା । କିନ୍ତୁ ଲୀଲାବତୀ ହସ୍ପିଟାଲ ଆଗରେ ଲାଗିଥିବା ଗହଳି ଭିତରେ ଅଧ ଘଣ୍ଟାଏ ରହିଥିଲା । ଗୁଳିମାଡ଼ରେ ବାବା ସିଦ୍ଦିକଙ୍କର ମୃତ୍ୟୁ ହୋଇଛି କି ନାହିଁ, ତାହା ଜାଣିବାକୁ ହସ୍ପିଟାଲ ସାମ୍ନାରେ ସେ ଅଧ ଘଣ୍ଟାଏ ରହିଥିଲା । ଅବସ୍ଥା ଅତି ଗୁରୁତର ଜାଣିବା ପରେ ହିଁ ସେଠାରୁ ଫେରାର୍ ହୋଇ ଯାଇଥିଲା ।

Leave a Reply

Your email address will not be published. Required fields are marked *