
ବାରିପଦା, (ଦୀନବନ୍ଧୁ ବାରିକ କଳିଙ୍ଗପ୍ରଭା ଟିଭି ) : ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଂଡସ୍ଥ ଉଦଳା ଏନ୍ ଏ ସି
କର୍ତ୍ତୃପକ୍ଷ ୨ନମ୍ବର ୱାର୍ଡ ନାଗପାଳ ଉନ୍ନୀତ ମ:ଇ: ବିଦ୍ଯାଳୟ ଛକରୁ ଜ୍ଯୋତିଲିଙ୍ଗେଶ୍ବର
ମନ୍ଦିର ରସ୍ତାର ବାମ ପାର୍ଶ୍ବରେ ଗତ ୨୦୨୪ ସାଧାରଣ ନିର୍ବାଚନ ଅବ୍ୟବହିତ ପୁର୍ବରୁ ଏନ୍
ଏ ସି କର୍ତ୍ତୃପକ୍ଷ ୱାର୍ଡର ବର୍ଯ୍ଯଜଳ ନିଷ୍କାସନ ପାଇଁ ଏକ ନୂତନ ଡ୍ରେନ ନିର୍ମାଣ କରିଥିଲେ।
ମାତ୍ର ଉକ୍ତ ଡ୍ରେନର ବର୍ଯ୍ଯଜଳ ନିଷ୍କାସନ ହେବା ପରିବର୍ତ୍ତେ ସର୍ବଦା ଡ୍ରେନ୍ ରେ ଯମୀରହୁଥିବାରୁ
ତହା କ୍ରମଶଃ ପଚି ଅଞ୍ଚଳରେ ଅସ୍ବାସ୍ଥ୍ଯକର ପୂର୍ତ୍ତି ଗନ୍ଧମୟ ପରିବେଷ ସୃଷ୍ଟି କରୁଅଛି।ଯାହାକିଏନ ଏ ସି
କର୍ତ୍ତୃପକ୍ଷଙ୍କ ତୃଟିପୂର୍ଣ୍ଣ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗକୁ ଅଙ୍ଗୁଳିନିର୍ଦ୍ଦେଶ କରୁଥିବା ପ୍ରକାଶ।ଏତଦ୍ବ୍ୟତୀତ
ମାନ୍ୟବର ମୟୂରଭଞ୍ଜ ଜିଲ୍ଲା ପାଳ ମୟୂରଭଞ୍ଜ ଜିଲ୍ଲାରେ ଫାଇଲେରିଆ ବା ବାତ ଜ୍ବର ନିରାକରଣ ପାଇଁ ସାର୍ବଜନୀନ
ଔଷଧସେବନ,ମ୍ଯାଲେରିଆ ଓ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଜିଲ୍ଲା ସମନ୍ବୟ କମିଟି ବୈଠକରେ ଜିଲ୍ଲା ପାଳ
ନିର୍ଦ୍ଦଶ ଦେଇଛନ୍ତି।ଏଥିପାଇଁ ସମସ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ସେ କହିଛନ୍ତି। ଏହି ସଂକ୍ରମଣକୁ ରୋକିବା ପାଇଁ
ଜନସଚେତନତା ସୃଷ୍ଟି,ମଶା ଲାର୍ଭାଖିଆ ଗମ୍ବୁଶିଆ ମାଛ ପାଳନ, ପାଣି ଯମୀରହୁଥିବା ସ୍ଥାନମାନଙ୍କରେ ସ୍ବଚ୍ଛତା,ଅପରିଷ୍କାର ଜଳ ନିଷ୍କାସନ
ଓ କୀଟନଶକ ଔଷଧ ସିଞ୍ଚନ ଭଳି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ମଧ୍ଯ ନିର୍ଦ୍ଦେଶ ଦେଇଥିବା ବେଳେ ଉଦଳା ଏନ୍ ଏ ସି କର୍ତ୍ତୃପକ୍ଷଙ୍କ
ଏତାଦୃଶ କାର୍ଯ୍ଯକଳାପ ଜିଲ୍ଲାପାଳଙ୍କ ଏହିସବୁ ପ୍ରୟାସକୁ ବିରୋଧ କରୁଅଛି ବୋଲି ସାଧାରଣରେ ଆଲୋଚନା ହେଉଅଛି।ଏପରି ସ୍ଥଳେ
ଲୋକଙ୍କ ସ୍ବାସ୍ଥ୍ୟ ନିରାପତ୍ତା ପାଇଁ ନୂତନ ନିର୍ମିତ ଡ୍ରେନଟିର ତୃଟିକୁ ସୁଧାରିଦେଇ ସର୍ବଦା ଯମୀରହୁଥିବା ଅପରିଷ୍କାର ବର୍ଯ୍ଯଜଳ ନିଷ୍କାସନ
କରାଇବା ସହିତ ଉକ୍ତ ସ୍କୁଲର ପୂର୍ବପଟ(ସାମନା)ରେ ଥିବା ଡ୍ରେନଟିର ତୃଟିକୁ ସୁଧାରିବା ପାଇଁ ବହୁ ଆପତ୍ତି ସତ୍ବେ ତତ୍କାଳୀନ ଅଧିକାରୀ
ଦୀର୍ଘ ବର୍ଷ ଧରି ତା୧୦:୦୪:୨୦୧୩ରିଖରେ ଏନ ଏ ସି କାର୍ଯ୍ଯାଳୟ ପତ୍ରାଙ୍କ ସଂଖ୍ୟା ୫୮୦ରେ ଏଷ୍ଟିମେଟ୍ ସରିଛି ଖୁବ୍ ଶିଘ୍ର ଟେଣ୍ଡର୍
ହୋଇ ଡ୍ରେନ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଲିଖିତ ଜଣାଇ ମଧ୍ଯ ଏଯାବତ୍ ତାହା ହୋଇନଥବାରୁ ଡ୍ରେନ୍ ରେ ବହୁ ବର୍ଷ ଧରି ଦୂଷିତ ବର୍ଯ୍ଯଜଳ ପୂର୍ଣ୍ଣ ଅବସ୍ଥାରେ ରହିଅଛି।ସେଥିପାଇଁ ଡ୍ରେନ୍ ରେ ପୂର୍ତ୍ତି ଗନ୍ଧମୟ ପରିବେଷ ସୃଷ୍ଟି ହୋଇ
ଅଞ୍ଚଳବାସୀ ମାନେ ଫାଇଲେରିୟା,ବତଜ୍ବର,ଡେଙ୍ଗୁ ଓ ମ୍ଯାଲେରିଆ ଜ୍ବରରେ ଆକ୍ରାନ୍ତ ହେଉଥିବା ପ୍ରକାଶ।
ଏଣୁ ଏହାର ଆସୁ ନିରାକରଣ ପାଇଁ ଜିଲ୍ଲାପାଳଙ୍କ ପ୍ରତ୍ଯକ୍ଷ ପରିଦର୍ଶନ ସାଧାରଣରେ ଦାବୀହେଉଅଛି।ଇତି।