
ବୈପାରିଗୁଡା , ବିକ୍ରାନ୍ତ କୁମାର ବେବର୍ତ୍ତା (କଲିଙ୍ଗ ପ୍ରଭା ଟିଭି ) :ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଓ ବାହୁଡା ଯାତ୍ରା ଅବସରରେ ବୈପାରିଗୁଡା ଭାରତୀୟ ଜନତା ପାର୍ଟ ବିଜେପି ଦଳ ପକ୍ଷରୁ ବୈପାରିଗୁଡା ମୁଖ୍ୟଛକରେ ଭକ୍ତ ମାନଙ୍କ ପାଇଁ ନିଜେ ପ୍ରସ୍ତୁତ କରିଥିବା ହାଲ୍ବା ଓ କେଚେଡି ରେ ଜଗନ୍ନାଥ ମନ୍ଦିର ଠାରୁ ଜଗନ୍ନାଥଙ୍କ ମହା ପ୍ରସାଦ ପକାଇ ଭକ୍ତ ମାନଙ୍କୁ ଏହି ପ୍ରସାଦ ସେବନ କରିବାର ବ୍ୟବସ୍ଥା କରିଥିବାର ଦେଖିବାକୁ ମିଳିଥିଲା । ବୈପାରିଗୁଡା ବିଜେପି ଯୁବମୋର୍ଚ୍ଛାର କର୍ମୀ ମାନେ ନିଜ ନିଜ ହାତରୁ କିଛି କିଛି ରାଶି ବାହାର କରି ଜଗନ୍ନାଥ ଭକ୍ତ ଓ ରଥ ଟାଣିବା ପାଇଁ ବହୁ ଦୂରଦୂରାନ୍ତରୁ ବୈପାରିଗୁଡାକୁ ଆସିଥିବା ଜନସାଧାରଣଙ୍କୁ ମଧ୍ୟ ନିଜ ହାତରେ ପ୍ରସ୍ତୁତ କରିଥିବା ପ୍ରସାଦ ଖୁଆଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଟ ବିଜେପି କର୍ମୀ ମନେଜ ନାୟକ , ଏନ.ହରି ପ୍ରସାଦ, ସୁଧାଂଶୁ ଶେଖର ଜେନା, ଧର୍ମବୀର ସିଂ, ଜିଲ୍ଲା ଯୁବମୋର୍ଚ୍ଛା କାର୍ଯ୍ୟକାରୀଣୀ ସଦସ୍ୟ ରାଜେନ୍ଦ୍ର ମହାଙ୍କୁଡ, ଚକ୍ର ବୈରାଗୀ, ମକର ମାଳି, ବିଜେପି ଯୁବ କର୍ମୀ ବାଦଲ ବିଷୋୟୀ , ଚନ୍ଦନ ପାତ୍ର, ପଦ୍ମ ମାଳି, ନଟବର ପଟ୍ଟନାୟକ, ଲକ୍ଷ୍ମଣ କେନ୍ଦୁଙ୍କ ପ୍ରମୁଖ ଉପସ୍ଥିତ ରହିଥିଲେ ।