କୁତ୍ରା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ

କୁତ୍ରା (ରିପୋର୍ଟ: ଦେବେନ୍ଦ୍ର ପୁରୋହିତ) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ସରକାରୀ ଶିଳ୍ପ କେନ୍ଦ୍ର ରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ ହୋଇ ଯାଇଛି। ଏଥିନିମନ୍ତେ ଆୟୋଜିତ ସଭାରେ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଯୁଗଳ କିଶୋର ବିଶ୍ୱାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କେବଳ ଶିକ୍ଷାଗତ ଯୋଗ୍ୟତା ହାସଲ କଲେ ଯଥେଷ୍ଟ ହେବ ନାହିଁ ଏଥିସହ ଦକ୍ଷତା ଅର୍ଜନ ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ବଡ଼ଗାଁ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଭୁତିଆ ଏଥିରେ ସମ୍ମାନିତ ଅତିଥିରୁପେ ଯୋଗ ଦେଇ ଜୀଵ ଜଗତ ର ନିରନ୍ତର ସୁରକ୍ଷା ପାଇଁ ଅଧିକ ରୁ ଅଧିକ ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ସୁଶ୍ରୀ ମାମିନା ନାୟକ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। ତାଲିମ କେନ୍ଦ୍ର ର ଟ୍ରେନର ଅମରଜିତ ସିଂହ ସ୍ୱାଗତ ଭାଷଣ ଦେଇଥିବାବେଳେ ରଞ୍ଜିତ କୁମାର ମହାରଣା ଧନ୍ୟବାଦ ଜ୍ଞାପନ କରିଥିଲେ। ଏଥିନିମନ୍ତେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପ୍ରଦର୍ଶିତ ବିଭିନ୍ନ ପ୍ରକଳ୍ପ ଗୁଡିକୁ ଅତିଥି ମାନେ ବୁଲି ଦେଖିଥିଲେ। ଏଥି ପୂର୍ବରୁ ବିଭିନ୍ନ ବିଭାଗରେ ଅନୁଷ୍ଠିତ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନ ର ଅଧ୍ୟକ୍ଷ ରବୀନ୍ଦ୍ର କୁମାର କର ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *