ଏକ ସପ୍ତାହ ଧରି ଅନ୍ଧାର ରେ ତୀରଡ଼ ଗ୍ରାମ……ଅଦିନିଆଁ ବର୍ଷାରେ ପୋଡିଗଲା ଟ୍ରାନ୍ସଫର….. ବିଦ୍ୟୁତ ବିଭାଗ କୁ ଗୁହାରି କରି ବିଫଳ…

ହରଭଙ୍ଗା :09/06 :(ବ୍ୟୁରୋ ରିପୋର୍ଟ ):ଗୋଟିଏ ପଟେ ଗ୍ରୀଷ୍ମ ପ୍ରଭାବ ରୁ ଡହକ ବିକଳ ଓ ଅନ୍ୟ ପଟେ ଟ୍ରାନ୍ସଫର ପୋଡି ଯିବାରୁ ଏକ ସପ୍ତାହ ହେଲା ଅନ୍ଧାରରେ ଗ୍ରାମବାସୀ l ସମସ୍ତ ଘଟଣା ଲିଖିତ ଅଭିଯୋଗ ହୋଉଥିଲେବି କର୍ଣ୍ଣପାତ କରୁନି ଟାଟା ପାୱାର l ଅଭିଯୋଗ ମତେ ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ ତୀରଡ଼ ଗ୍ରାମରେ ଚଳିତ ମାସ 2ତାରିଖ ରେ ହୋଇଥିବା ଅଦିନିଆଁ ଝଡ଼ ତୋଫାନ ରେ ଗ୍ରାମରେ ଲାଗିଥିବା 16kv ଟ୍ରାନ୍ସଫରମର ଟି ପୋଡି ଯିବାରୁ ଗ୍ରାମର ଉପଭୋକ୍ତା ମାନେ ଲିଖିତ ଅଭିଯୋଗ କରିଥିଲେ l କିନ୍ତୁ ଟାଟା ପାୱାର ର ମନମାନି ପାଇଁ 1ସପ୍ତାହ ବିତି ଯାଇଥିଲେବି ଆଜି ପର୍ଯ୍ୟନ୍ତ ଗ୍ରାମରେ ଲାଗି ପାରିଲାନି ଟ୍ରାନ୍ସଫର l ଯୋଉଥି ପାଇଁ ଗ୍ରାମବାସୀ ଅନ୍ଧାରରେ ଦିନ କାଟିବା ସହିତ ଅସହ୍ୟ ଗୁଳୁଗୁଳି ର ଜୀବନ ଯାପନ କରୁଛନ୍ତି l ଉକ୍ତ ଘଟଣାକୁ ଜିଲ୍ଲା ପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ସମସ୍ୟାର ସମାଧାନ କରିବା ପାଇଁ ଦାବି ହେଉଛି l

Leave a Reply

Your email address will not be published. Required fields are marked *