ହରଭଙ୍ଗା: ଲୋଭଲ୍ଟେଜ ପାଇଁ ଛତ୍ରଙ୍ଗ ବାସୀଙ୍କ ରାସ୍ତାରୋକ ଚେତାବନୀ

ହରଭଙ୍ଗା :10/06 (ବୁରୋ ରିପୋର୍ଟ ): ଟାଟା କମ୍ପାନୀ ର ମନମାନୀ ନେଇ ଡହକ ବିକଳ ଗ୍ରାମବାସୀ l ନାକ ତଳ ନିଶ ବଙ୍କା ଭଳି ଗ୍ରାମରେ ଟାଟା କମ୍ପାନୀର ଫିଡର ଥାଇ ବର୍ଷ ବର୍ଷ ଧରି ସମାଧାନ ହୋଇ ପାରୁନି ସମସ୍ୟା l ଜିଲ୍ଲା ପାଳ ଙ୍କ ଜନଶୁଣାଣି ଶିବିର ସହିତ ବିଭାଗୀୟ ଯନ୍ତ୍ରୀ ଙ୍କୁ ବାରମ୍ବାର ଅଭିଯୋଗ କରି ନିରାଶ ହିତାଧିକାରୀ l ଏଭଳି ଅଭିଯୋଗ ଆସିଛି ହରଭଙ୍ଗା ବ୍ଲକ ଛତ୍ରଙ୍ଗ ଗ୍ରାମରେ l ଗ୍ରାମରେ ଟାଟା କମ୍ପାନୀର ଛତ୍ରଙ୍ଗ ଫିଡର ବର୍ଷ ବର୍ଷ ଧରି ଲୋ ଭଲ୍ଟେଜ ସହିତ ସଜଡା ବାହାନାରେ ପ୍ରତିଦିନ ବାରମ୍ବାର ବିଦ୍ୟୁତ କାଟ ନେଇ ହନ୍ତସନ୍ତ ଗ୍ରାମବାସୀ l ଗୋଟିଏ ପଟେ ଗ୍ରୀଷ୍ମ ପ୍ରଭାବ ଅନ୍ୟ ପଟେ ଲୋଭଲ୍ଟେଜ ଯୋଗୁଁ ଜନ ଜୀବନ ଅସ୍ତ ବ୍ୟସ୍ତ l ଏବଂ ବହୁ ହିତାଧିକାରୀ ଙ୍କ ଯାନ୍ତ୍ରିକ ସାମଗ୍ରୀ ପୋଡି ଯାଇଥିବାର ଅଭିଯୋଗ ହୋଇଛି l ଯଥା ଶୀଘ୍ର ସମସ୍ୟାର ସମାଧାନ ନ କଲେ ଗ୍ରାମର ଅଶୋକ ମିଶ୍ର,ଅଚ୍ୟୁତ ରାଉତ, ରଞ୍ଜନ ଦଳେଇ, ପ୍ରସନ୍ନ ପ୍ରଧାନ, ସରୋଜ ରାଉତ, ପ୍ରଦୀପ ପୃଷ୍ଟି, ରାଜୁ ପ୍ରଧାନ, ରମେଶ ଶତପଥି, ସୁଶାନ୍ତ ରାଉତ ପ୍ରମୁଖ ରାସ୍ତାରୋକ ର ଚେତାବନୀ ଦେଇଛନ୍ତି l

Leave a Reply

Your email address will not be published. Required fields are marked *