ଡକାୟତି ବେଳେ ଘର ମାଲିକଙ୍କୁ ଛୁରାମାଡ, ଗୁରୁତର ଅବସ୍ଥା ରେ ସୋନପୁର ମେଡିକାଲ କୁ ସ୍ଥାନାନ୍ତରିତ

ବୌଦ୍ଧ :(ବ୍ୟୁରୋ ରିପୋର୍ଟ ) :ବାଦିକଟା ଗ୍ରାମରେ ଡକାୟତି ଉଦ୍ୟମ l ଧକାୟତ ଙ୍କ ଛୁରା ମାଡ଼ ରେ ଘର ମାଲିକ ଗୁରୁତର l ଛୁରା ମାରି ଡକାୟତି ଦଳ ଫେରାର l ସୂଚନା ଅନୁଯାୟୀ ଗତକାଲି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବାଦିକଟା ଗ୍ରାମର ବାଳକୃଷ୍ଣ ମହାକୁଳ ରାତ୍ରିରେ ସୋଇଥିବା ଅବସ୍ଥାରେ ଏକ ଡକାୟତି ଗେଙ୍ଗ ଆସି ଲୁଟ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ବାଳ କୃଷ୍ଣ ଙ୍କ ନିଦ ଭାଙ୍ଗିଗଲା ଯାହା ଫଳରେ ଦୁର୍ବୁତ୍ତ ଛୁରା ମାଡ଼ କରି ଫେରାର ହୋଇଯାଇଥିଲେ lସଂଗେ ସଂଗେ ପରିବାର ଲୋକେ ଗୁରୁତର ଅବସ୍ଥାରେ ବାଉଁଶୁଣି ମେଡ଼ିକାଲରେ ଭର୍ତ୍ତି କରିଥିଲେ l ଅଧିକ ଗୁରୁତର ହେବାରୁ ତାଙ୍କୁ ସୋନପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛିl ଘଟଣା ସ୍ଥଳରେ ବାଉଁଶୁଣି ପୋଲିସ ପହଁଚି ଛାନଭିନ ଚଳାଇଥିବା ବେଳେ ଗତକାଲି ବ୍ୟାଙ୍କ ରୁ ଲକ୍ଷlଧିକ ଟଙ୍କା ଘରକାମ ପାଇଁ ବାଳ କୃଷ୍ଣ କାଢି ଥିବା ପରିବାର ପକ୍ଷରୁ ସୂଚନା ମିଳିଛି l ତେବେ ଦୁର୍ବୁତ୍ତ ମାନେ କେଉଁ ଅଞ୍ଚଳର ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ lଅନ୍ୟପଟେ ଡକାୟତ ଗ୍ୟାଙ୍ଗ ଘର କବାଟ ଝରକା ଭାଙ୍ଗିଦେବା ସହିତ ଟଙ୍କା ସୁନା ଲୁଟି ନେଇଥିବା ବାଉଁସୁଣୀ ଥାନା ରେ ଅଭିଯୋଗ କରିଛନ୍ତି ପରିବାର ଲୋକେ l

Leave a Reply

Your email address will not be published. Required fields are marked *