
ନବରଙ୍ଗପୁର(ଅନିଲ ପ୍ରଭାତ ଭତ୍ରା):- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋଇଦଲପୁର ବନାଞ୍ଚଳ ଅଧୀନ ଖୁଡ଼ିଗୁଡା ଠାରେ ତୁଳାରାମ ମୁଦୁଲିଙ୍କ ସଭାପତିତ୍ୱ ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ବିଶ୍ୱ ପରିବେଶ ଦିବସରେ ମୋଇଦଲପୁର ବନ ବିଭାଗ ଦ୍ଵାରା ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କୁ ପରିବେଶ ସୁରକ୍ଷା ବିଷୟରେ ସଚେତନତା କରାଯାଇଛି । ଚଳିତ ବର୍ଷ ଅଧିକ ଗ୍ରୀଷ୍ମପ୍ରବାହ ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଉଛି । ଆଜିକା ଦିନରେ ଗ୍ରୀଷ୍ମପ୍ରବାହ ରୁ ରକ୍ଷା ପାଇବାକୁ ଏସି ବ୍ୟବହାର କରାଯାଉଛି ।କିନ୍ତୁ ଜନ ସାଧାରଣ ଯଦି ଗଛ ଲଗାଇ ପରିବେଶ ସୁରକ୍ଷା କଲେ ଗ୍ରୀଷ୍ମପ୍ରବାହ ଠାରୁ ରକ୍ଷା ପାଇ ହେବ ବୋଲି ଉପସ୍ଥିତ ଥିବା ଅଧିକାରୀ ମାନେ କହିଥିଲେ ।ସୂଚନା ଥାଉକି ଗତ ଦିନରେ ମୋଇଦଲପୁର ବନ ବିଭାଗ ତରଫରୁ ଗଛ ଲଗାଇ ପରିବେଶ ସୁରକ୍ଷା କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।ଏହି ବିଶ୍ୱ ପରିବେଶ ଦିବସରେ ମୋଇଦଲପୁର ବନାଞ୍ଚଳ ଅଧିକାରୀ ମଧୁସୂଦନ ପାତ୍ର, କୃପାଦାସ ମହୁରିଆ,ହରିହର ନାୟକ,ଅନିତା ହିଆଲ ଓ ଖୁଡ଼ିଗୁଡା ଗ୍ରାମର ୱାର୍ଡ ମେମ୍ବର ସମେତ ଗ୍ରାମର ପୁରୁଷ ମହିଳା ପ୍ରମୁଖ ଉପସ୍ଥିତ ରହିଥିଲେ ।