
ବାରିପଦା/ଉଦଳା,(ଦୀନବନ୍ଧୁ ବାରିକ): ମୟୂରଭଞ୍ଜ ଜିଲ୍ଲା, ଉଦଳା,ଏନ ଏ ସିର ୨ନମ୍ବର ୱାର୍ଡ ନାଗପାଳ ଏକ ଆଦିବାସୀ ବହୁଳ ଅଂଚଳ ଅଟେ।ବହୁ ପୂରାତନ କାଳରୁ ଲୋକଙ୍କ ପାଇଁ ସରକାର ଖୋଳାଇ ଦେଇଥିବା ଏହି ପୋଖରୀଟି ଏନ୍ ଏ ସି ଦାୟିତ୍ବରେ ଥାଇ ପ୍ରତିବର୍ଷ ନିଲାମ ହୋଇ ଆସୁଥିଲେ ମଧ୍ୟ ପୋଖରୀଟିର ପୁନରୁଦ୍ଧାର ଉକ୍ତ କର୍ତ୍ତୃପକ୍ଷ ଚିନ୍ତା କଲେ ନାହିଁ କି ଜିଲ୍ଲା ପ୍ରଶାସନ ଙ୍କ ନଜରକୁ ଆଣିଲେ ନାହିଁ।ଫଳରେ କ୍ରମଶଃ ପୋଖରୀଟି ପୋତିହୋଇ ତାହାର ଜଳପୁଟ ଅଂଚଳ ସଂକୁଚିତ ହୋଇ ଜଳଧାରଣ କ୍ଷମତା ହରାଇଥିବାରୁ ଅଂଚଳର ମଣିଷ, ପଶୁ, ପକ୍ଷୀ ମାନେ ପାଣି ନପାଇ ଡହଳବିକଳ ହେଉଥିବାବେଳେ ଜଳ ନ ଥିବାରୁ ପୋଖରୀଟି ଏ ବର୍ଷର ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ପ୍ରଶମିତ କରିବା କ୍ଷମତା ହରାଇ ବସିଛି। ଏଥିପାଇଁ ଉଚ୍ଚକର୍ତ୍ତୃପକ୍ଷଙ୍କ ଦୃଷ୍ଟି ସାଧାରଣରେ ଦାବୀ ହେଉଅଛି।