କୁଜଙ୍ଗ ରେ ବିଜେପି ର ମିଶ୍ରଣ ପର୍ବ ଜନସମୁଦ୍ର ରେ କେନ୍ଦ୍ର ମନ୍ତ୍ରୀ ସୃତି ଇରାନୀ

ପାରାଦୀପ (ପୁରୁଷୋତ୍ତମ ଶତପଥୀ): ପାରାଦୀପ ନିର୍ବାଚନ ମଣ୍ଡଳୀ କୁଜଙ୍ଗ ବ୍ଲକ ପଡ଼ିଆରେ ଆଜି ଭାରତୀୟ ଜନତା ପାଟି ବିଜେପି ର ମିଶ୍ରଣ ପର୍ବ ସଭା ଅନୁଷ୍ଠିତ କରାଯାଇ ଥିଲା l ଏହି ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ସୃତି ରାଣୀ ଯୋଗ ଦେଇଥିବା ବେଳେ ବରିଷ୍ଟ କେନ୍ଦ୍ର ନେତୃତ୍ୱ ମାନେ ଯୋଗ ଦେଇଥିଲେ l ଏଥିରେ ପାରାଦୀପ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାଟି ବିଜେପି ର ଦୁଇ ପ୍ରାଥୀ ବିଧାୟକ ପ୍ରାଥୀ ସମ୍ପଦ ସ୍ବାଇଂ ଓ ସାସଂଦ ପ୍ରାଥୀ ବିଭୁ ତରାଇ ଯୋଗ ଦେଇଥିବା ବେଳେ ବିଜେପି ର ବହୁ ବରିଷ୍ଟ ନେତୃ ମଣ୍ଡଳୀ ଯୋଗ ଦେଇଥିଲେ l ଏଥି ସହ ଭାରତୀୟ ଜନତା ପାଟି ପ୍ରଧାନ ମନ୍ତ୍ରୀ ମୋଦିଜୀ ଙ୍କ କାର୍ଯ୍ୟ କଲାପରେ ସନ୍ତୁଷ୍ଟ ହୋଇ ବିଜୁ ଜନତା ଦଳର ପୂର୍ବ ତନ ସରପଞ୍ଚ ଠାରୁ ଆରମ୍ଭ କରି ବିଜୁ ଜନତା ଦଳର ବହୁ କର୍ମୀ ଯୋଗଦେଇ ବିଜେପି ରେ ମିଶିଥିଲେ l ଏହି ମିଶ୍ରଣ ପର୍ବ ଜନସମୁଦ୍ର ପାଲଟି ଥିଲା l ଏହି ସଭାରେ ମୋଦିଜୀ ଜିନ୍ଦା ବାଦ ପଦ୍ମ ଫୁଲ ଜିନ୍ଦାବାଦ ସ୍ୱର ରେ କୁଜଙ୍ଗ ବ୍ଲକ ପଡିଆ ଜନସମୁଦ୍ର ରେ ଉଲସିତ ହୋଇ ଉଠିଥିଲା l ଭାରତୀୟ ଜନତା ପାଟିର ଜନସମୁଦ୍ର ମିଶ୍ରଣ ପର୍ବରେ ଗୋଟିଏ ଶବ୍ଦ ଗୁଞ୍ଜ ରଣ ସୃଷ୍ଟି ହୋଇଥିଲା ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆମର ଦରକାର lପରେ ପରେ ବିଭୁ ତରାଇ ଜିନ୍ଦାବାଦ ସମ୍ପଦ ସ୍ବାଇଁ ଜିନ୍ଦାବାଦ ସ୍ୱରରେ ସାରା ସଭାସ୍ଥଳୀ ଉଛୁଳି ଉଠିଥିଲା l

Leave a Reply

Your email address will not be published. Required fields are marked *