
ନୂଆପଡ଼ା :ଜୁଗଳ କିଶୋର ମହାନନ୍ଦ): ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ନୂଆପଡା ଜ଼ିଲ୍ଲା ଖଡିଆଳ ସ୍ଥିତ ମହାତ୍ମାଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଥିବା ବେଳେ ଜ଼ିଲ୍ଲାରେ ପ୍ରଥମ, ଦ୍ଵିତୀୟ , ତୃତୀୟ ସ୍ଥାନ ଅଧିକାର କରି ଜ଼ିଲ୍ଲା ପାଇଁ ଗୌରବ ଆଣିଛନ୍ତି। ମହାତ୍ମାଗାନ୍ଧୀ କଲେଜର ପାସ ହାର ଶତ ପ୍ରତିଶତ ରହିଅଛି। ମହାବିଦ୍ୟାଳୟର ଦେବବ୍ରତ ରଣା 93% ପ୍ରତିଶତ ମାର୍କ ପାଇଥିବା ବେଳେ ଜ଼ିଲ୍ଲାରେ ଟପ୍ପର ହୋଇଥିବା ଜଣାପଡିଛି। ସେହିପରି ସମୀର ମିଶ୍ର ୮୬% ଜିଲ୍ଲାରେ ଦ୍ବିତୀୟ ଏବଂ କ୍ଷମସାଗର ରଣା ୮୩% ପ୍ରତିଶତ ରଖି ତୃତୀୟ ଟପର ହୋଇ ଜ଼ିଲ୍ଲା ପାଇଁ ଗର୍ବ ଆଣିଛନ୍ତି । ଏହି ପରୀକ୍ଷାର୍ଥୀଙ୍କ ସଫଳତା ପାଇଁ ବିଦ୍ୟାଳୟ ର ଅଧ୍ୟାପକ ଓ ଅଧ୍ୟାପିକା କୁ ଶ୍ରେୟ ଦେଇଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷାର୍ଥୀ ଙ୍କ ସଫଳତା ନେଇ ମହାବିଦ୍ୟାଳୟର ପରିଚାଳନା ଅଧ୍ୟକ୍ଷ ନବୀନ ସୁନା ଓ ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଛାତ୍ରଛାତ୍ରୀ ଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।
ନୂଆପଡ଼ାରୁ ଯୁଗଳ କିଶୋର ମହାନନ୍ଦ ଙ୍କ ରିପୋର୍ଟ କଳିଙ୍ଗ ପ୍ରଭା ଟିଭି
Mobile :9937300262
9437300262