ବିହାର ରାଜ୍ୟର ସୁନା ମରାମତି କାରିଗର କୁ ପୋଲିସ ତରଫରୁ ଯାଞ୍ଚ

ନବରଙ୍ଗପୁର(ଅନିଲ ପ୍ରଭାତ ଭତ୍ରା ): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ପକ୍ଷରୁ ବିହାର ରାଜ୍ୟ ରୁ ସୁନା ମରାମତି କାରିଗର କୁ ପୋଲିସ ତରଫରୁ ଯାଞ୍ଚ କରାଯାଇଛି |ଯାଞ୍ଚ ସମୟରେ ପୋଲିସ କୁ ବିଶେଷ ସମ୍ପୂର୍ଣ ତଥ୍ୟ ମିଳିପାରିନାହିଁ |
ବିହାର ରାଜ୍ୟ ର ୯ ଜଣ ସୁନା ମରାମତି କାରିଗର ପାପଡାହାଣ୍ଡି ଅଞ୍ଚଳ ରେ ଘର ଘର ବୁଲି ସୁନା ମରାମତି କରିବା ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଏହି ୯ ଜଣ କାରିଗର କୁ ପୋଲିସ ଥାନା ରେ ଯାଞ୍ଚ କରିଥିଲା | ଏହି ୯ ଜଣ ଙ୍କ ଆଧାର କାର୍ଡ ଓ ଡ଼ିଏଲ ମାଗିବା ସହ ଅନ୍ୟାନ କାଗଜପତ୍ର ଯାଞ୍ଚ ହୋଇଥିଲା | ଏମାନଙ୍କୁ କୌଣସି ଅପରାଧ ଲିପ୍ତ ନଥିବା ଜଣାପଡିଥିଲା କିନ୍ତୁ ଅନ୍ୟ ରାଜ୍ୟ ରୁ ଆସି ଏହି ଅଞ୍ଚଳ କାମ କରିବା ନେଇ ଲୋକଙ୍କୁ ସନ୍ଦେହ ସୃଷ୍ଟି ହେଉଥିଲା | ଯାଞ୍ଚ ପରେ ଛାଡି ଦିଆଯାଇଥିବା ପୋଲିସ ଅଧିକାରୀ ଦୀପକ କୁମାର ଜେନା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *