ହରଭଙ୍ଗା: ନିମ୍ନ ମାନର କାମ ସହ ପିଲାଙ୍କ ଜୀବନ ସହିତ ଖେଳୁଛି ଠିକାଦାର

ହରଭଙ୍ଗା (ବ୍ୟୁରୋ ରିପୋର୍ଟ କଳିଙ୍ଗପ୍ରଭା ଟିଭି ): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଣିପୁର ଆଦର୍ଶ ବିଦ୍ୟାଳୟ ପରିସର ଠାରେ ଚାଲିଛି ବାଳକ ବିଭାଗ ର ଛାତ୍ରାବାସ କାର୍ଯ୍ୟ । ଠିକ ସେ କାମ ନ ହେବା ଓ ନିମ୍ନମାନ ର କାର୍ଯ୍ୟ କୁ ନେଇ ସାମ୍ନା କୁ ଆସିଛି ଏକ ସାଙ୍ଘାତିକ ଅଭିଯୋଗ । ସୂଚନା ଅନୁଯାୟୀ ଆଦର୍ଶ ବିଦ୍ୟାଳୟ ପରିସର ଭିତରେ ଚାଲିଥିବା ବାଳକ ଛାତ୍ରାବାସ ର କାର୍ଯ୍ୟ ଠିକ ସେ ହଉନଥିବା କଥା କେତେକ ସାଧାରଣ ଜନତା ଙ୍କ ମନରେ ଉଙ୍କି ମାରୁଛି । ନିୟମ ଅନୁଯାୟୀ ତଳେ ମହାନଦୀ ବାଲି ପେଚିଂ କରିବା ବଦଳ ରେ ଅଳ୍ପ କିଛି ବାଲି ଦେଇ ତା ପରେ ମୋରମ ପକେଇ କାମ ତୁଲେଇ ଦେଉଥିବା ଅଭିଯୋଗ ହେଉଛି। ଠିକ ସେ ମାପ ଅନୁସାରେ ମେଂଟାଲିଙ୍ଗ ହେଉନ ଥିବା କଥା ମଧ୍ୟ ଅଭିଯୋଗ ହେଉଛି।ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ରେ ପ୍ରଶାସନ ଜାଣି ଶୁଣି ଛାତ୍ର ମାନଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଥିବା କଥା ସାଧାରଣ ରେ ଚର୍ଚ୍ଚା ହେଉଛି।ଯେହେତୁ ବିଦ୍ୟାଳୟ ରେ ପାଠ ପଢ଼ୁଥିବା ଛାତ୍ର ମାନଙ୍କ ନିମନ୍ତେ ଉକ୍ତ ଛାତ୍ରାବାସ ତିଆରି ହେଉଛି।ସବୁଠୁ ଆଶ୍ଚର୍ଯ୍ୟ କଥା କେଉଁ ଅନୁଦାନ ରୁ କେତେ ଟଙ୍କା ବ୍ୟୟ ଅଟକଳ ରେ ଉକ୍ତ କାର୍ଯ୍ୟ ଚାଲୁଅଛି ତାହା ଜନସାଧାରଣ ଙ୍କୁ ଅନ୍ଧାର ଭିତରେ ରଖା ହୋଇଛି । ଏ ନେଇ ସ୍ଥାନୀୟ ଜନସାଧାରଣ ପୁରୁଣାକଟକ ସରପଞ୍ଚ ଙ୍କ ନିକଟ ରେ ମଧ୍ୟ ଅଭିଯୋଗ କରିଥିଲେ। କିନ୍ତୁ ଉକ୍ତ କାର୍ଯ୍ୟ ବାବଦରେ କୌଣସି ସୂଚନା ଆମ ପାଖରେ ନାହିଁ ବୋଲି ସରପଞ୍ଚ ପ୍ରତିଉତ୍ତର ରଖିଥିଲେ। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ କାମ କୁ ଠିକ ରେ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *