ମୌଳିକ ସୁବିଧା ରୁ ବଂଚିତ ମହୁଲପାଟି ର ସର୍ଗିପଡା ଗାଁ

ତୁରେକେଲା (ରିପୋର୍ଟ୍: ମୀନକେତନ ନିଆଲ): ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତୁରେକେଲା ବ୍ଲକ ମହୁଲପାଟି ପଞ୍ଚାୟତ ସର୍ଗିପଡା ଗାଁ l
ପାଖାପାଖି ୨୦ ପରିବାର ଦୀର୍ଘ ୫୦ ବର୍ଷ ହେବ ଏହି ଗାଁ ରେ ରହିଆସୁଛନ୍ତି l ଆଦିବାସୀ ବହୁଳ ଏହି ଗାଁ ରେ ପାଖାପାଖି ଦେଢ଼ ଶହ ଲୋକ ବସବାସ କରୁଛନ୍ତି l
ପାଣିର ସମସ୍ୟା କହିଲେ ନ ସରେ ଗୋଟିଏ ନଳକୂପ ଅଛି ଯାହାକି ଅଳ୍ପ ସମୟ ପାଣି ବାହାରେ ଓ ବନ୍ଧ ହୋଇ ଯାଏ l
ଲୋକେ ହଇରାଣ ହୋ ଅନ୍ୟ ଗାଁ କୁ ପିଇବା ପାଣି ଆଣି ଯିବାକୁ ପଡେ l
ଗମନା ଗମନ ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ ଯା ଫଳରେ ଲୋକେ ନାହିଁ ନ ଥିବା ସମସ୍ୟା ର ସମ୍ମୁଖୀନ ହୁଅନ୍ତି l ରୋଗୀ ବୁହା ଆମ୍ବୁଲାନ୍ସ ଗାଁକୁ ଆସି ପାରେ ନାହିଁ ଯା ଫଳରେ ଗୁରୁତର ରୋଗୀ, ଗର୍ଭବତୀ ମହିଳା ଡାକ୍ତର ଖାନା ଯିବାକୁ ହେଲେ ଅଧ କିମି ଦୂର ଖଟିଆ ରେ ବୋହି କି ନେବାକୁ ପଡେ,,ଯା ଫଳରେ ରୋଗୀ ର ଜୀବନ ପ୍ରତି ବିପଦ ହୋଇ ଥାଏ l ଏହି ଗାଁ ରେ ସ୍କୁଲ କିମ୍ବା ଅଙ୍ଗନବାଡି କେନ୍ଦ୍ର ନାହିଁ, ଏଥିପାଇଁ ପିଲା ଛୁଆ ଶିକ୍ଷା ଦାନ ରୁ ବଂଚିତ ହେଉଛନ୍ତି l ୩କିମି ଦୂର ବାଟ ଗର୍ଭବତୀ ମହିଳା ଟିକାକରଣ ପାଇଁ ମହୁଲପାଟି କୁ ଚାଲି ଚାଲି ଯିବାକୁ ପଡେ, ବାର୍ଦ୍ଧକ୍ୟ ଭତ୍ତା ପାଇଁ ମଧ୍ୟ ସେହି ଭଳି ସମାନ ପରିସ୍ଥିତି l
ଗାଁ ରେ ଗୋଷ୍ଠୀ ଗୃହ ନ ଥିବାରୁ ସଭା ସମିତି ବୈଠକ ବସିଲେ ଲୋକେ ତଳେ ବସି କିମ୍ବା ଗାଁ ଦାଣ୍ଡ ପିଣ୍ଢାରେ ବସୀ ଥାନ୍ତି l ଅଙ୍ଗନବାଡି ଦିଦି କେବେ ମଧ୍ୟ ଏହି ଗାଁକୁ ପାଦ ମାଡି ନାହାନ୍ତି, ଅଣ୍ଡା ଛତୁଆ, ମଧ୍ୟ କୋମଳ ମତି ଶିଶୁ ମାନଙ୍କ ଭଲ ଭାବରେ ମିଳୁନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି l ଦୀର୍ଘ ଦିନ ରୁ ଏହି ପରିଗାଁ ବସତି ସ୍ଥାପନ କରିଥିଲେ ମଧ୍ୟ ଆଜି ଯାଏଁ ପ୍ରଶାସନ ର ପାଦ ପଡି ନାହିଁ l ଆଦିବାସୀ ସମ୍ପ୍ରଦାୟ ଲୋକ ଙ୍କ ପାଇଁ ଉଭୟ କେନ୍ଦ୍ର /ରାଜ୍ୟ ସରକାର ଅନେକ ଗୁଡିଏ ଆନୁସାଙ୍ଗିକ ବ୍ୟବସ୍ଥା କରୁଥିବା ବେଳେ ସେହି ଗାଁ ରେ ଏବେ ମଧ୍ୟ ଖପର ଘରେ ରହୁଛନ୍ତି ଲୋକେ! କୌଣସି ଆଦିବାସୀ ପରିବାର ଙ୍କୁ ପକ୍କା ଘର ଖଣ୍ଡେ ମିଳିନାହିଁ l
ତେବେ ଏଭଳି ପରିସ୍ଥିତି ରେ ବସବାସ କରୁଛନ୍ତି ସର୍ଗିପଡା ବାସୀ l ବ୍ଲକ ପ୍ରଶାସନ ବିଡ଼ିଓ ଙ୍କୁ ବାରମ୍ବାର ସମସ୍ୟା ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ l ଦିନେ ମଧ୍ୟ ସରକାରୀ ଅଧିକାରୀ ଙ୍କ ଏହି ଗାଁ ପାଦ ପକାଇ ନାହାନ୍ତି l ବିଦ୍ୟୁତ ଯୋଗାଣ କାଟି ଦିଆଯାଉ ଥିବା ମଧ୍ୟ ଅଭିଯୋଗ ସାମ୍ନାକୁ ଆସିଅଛି l
ନିର୍ବାଚନ ଆସୁଛି ଯାଉଛି, ନେତା ଆସୁଛନ୍ତି ଯାଉଛନ୍ତି କିଂନ୍ତୁ ଏହି ଗାଁର ସମସ୍ୟା, ଯେଉଁଠି କାର ସେଇଠି ରହିଯାଉଛି l
ତେବେ ଏମାନଙ୍କ ପାଇଁ ପ୍ରଶାସନ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବୀ କରିଅଛନ୍ତି l

Leave a Reply

Your email address will not be published. Required fields are marked *