
କଣ୍ଟାବାଞ୍ଜି, (ରିପୋର୍ଟ୍: ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗ୍ରାମ ରେ ଅନୁଷ୍ଠିତ ହୋଇଛି ଶ୍ରୀ ଶ୍ରୀ ଚବିଶ ପ୍ରହରୀ ନାମଯଜ୍ଞ । ଗାଁରେ ଗୋଟିଏ ପ୍ରକାର ଭକ୍ତିମୟ ପରିବେଶ ସ୍ୱଷ୍ଟି ହେଉଛି । ରାମ ନାମ ରେ ପ୍ରକମ୍ପିତ ହେଉଛି ପୁରା ଅଂଚଳ । ଗତ ୨୦ ତାରିଖ ଦିନ ଠାରୁ ଆରମ୍ଭ ହୋଇ ୨୪ ତାରିଖ ଦିନ ପୂର୍ଣ୍ଣାହୂତୀ ହେବ ବୋଲି ଜଣାପଡିଛି । ଗତ ୨୦ ତାରିଖ ଦିନ ବେଳପଡା ଶିବ ମନ୍ଦିର ଠାରୁ ୧୦୮ କଳସ ଯାତ୍ରା ରେ ଶୋଭାଯାତ୍ରାରେ ବାହାରି ଯଜ୍ଞସ୍ଥଳ ରେ ସ୍ଥାପନ କରିଥିଲେ । ଏହି ନାମଯଜ୍ଞ ରେ କର୍ତ୍ତା ଭାବେ ଭରତ ପୁଟେଲ ଓ ତାଙ୍କ ସହଧର୍ମିଣୀ ଚନ୍ଦ୍ରକାନ୍ତି ପୁଟେଲ ଦାୟିତ୍ୱ ନେଇଥିବା ବେଲେ ପୂଜକ ଭାବେ ଦଣ୍ଡପାଣି ମିଶ୍ର ଓ ସାଥି ମାନେ ଦାୟିତ୍ୱ ନିର୍ବାହ କରିଥିଲେ । ଏଥିରେ ଆୟୋଜକ କମିଟୀ ର ସଭାପତି ଦେବରାଜ ପୋଡ,ସମ୍ପାଦକ ରଞ୍ଜିତ ମେହେର,କମ୍ବୁପାଣି ପୋଡ,ରାମଲାଲ ପୁଟେଲ,ଗଜମନ ପୁଟେଲ,କୋଷାଧ୍ୟକ୍ଷ ରୁପେଶ ମେହେର,ନିରାକାର ମେହେର,ବିଭିଷଣ ବାଗ,ବିପିନ ବିହାରୀ ପୋଡ.ବୈଶାଖୁ ବଘେଲ.କିଶୋର କୁମାର ବଘେଲ ଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ । ଏହି ନାମଯଜ୍ଞ ରେ ବଲାଙ୍ଗିର ଜିଲ୍ଲା ସମେତ ନୂଆପଡା ଓ କଲାହାଣ୍ଡି ଜିଲ୍ଲା ସହିତ ବିଭିନ୍ନ ମହିଳା ଦଳ ମଧ୍ୟ ଯୋଗ ଦାନ କରିଛନ୍ତି । ବେଲପଡା(ତଲପଡା),ବେଳପଡା (ଉପରପଡା), କଟିଙ୍ଗପଦର,ସାଲେପାଲି,ସୁନାମାଲ,ମୁଙ୍ଗୁନାପଦର(କୋକସରା),ପିପଲଗୁଡା ( ଜୟପାଟଣା), ବଡଗମଡା ଉପରପଡା, କୁଶମାଲ, ଛୁରିଆଗଡ,ପଦ୍ମପୁର ପ୍ରମୁଖ ସଂକୀର୍ତ୍ତନ୍ୟ ଦଳ ଅଂଶ ଗ୍ରହଣ କରି ପ୍ରଭୂ ନାମ ଗାନ କରୁଛନ୍ତି । ଏହି ଅବସର ରେ ଗ୍ରାମ ର କିଛି ସ୍ୱେଚ୍ଛାସେବୀ ଗୁପ୍ଚୁପ୍ ଓ ପାଣି ବଣ୍ଟନ କରାଯାଇଥିବା ଦେଖିବାକୁ ମିଲିଛି । ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ପ୍ରବଳ ଭିଡ ହୋଇଥିବା ଦେଖିବାକୁ ମିଲିଛି । ଏଥିରେ ବେଳପଡା ଗ୍ରାମବାସୀ ପୂର୍ଣ୍ଣ ମାତ୍ରା ରେ ସହଯୋଗ କରିଥିଲେ ।