
ପାରାଦୀପ (ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ): ପାରାଦୀପ ନିର୍ବାଚନ ମଣ୍ଡଳୀ ପାରାଦୀପରେ ଗୁରୁବାର ଦିବା ଚାରି ଘଟିକା ସମୟରେ ପାରାଦୀପ ବେଳା ଭୂମିରେ ଫାଇବି ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଗ୍ରସ୍ତରେ ଏକ ବିରାଟ ସଭା ଅନୁଷ୍ଠିତ କରାଯାଇଥିଲା l ଏହି ସଭାରେ ଜଗତସିଂପୁର ସାସଂଦ ପ୍ରାର୍ଥିନୀ ରାଜଶ୍ରୀ ମଲିକ ଯୋଗ ଦେଇଥିବା ବେଳେ ପାରାଦୀପ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥିନୀ ଗୀତାଞ୍ଜଳି ରାଉତ ରାୟ ଯୋଗ ଦେଇଥିଲେ l ଏହି ସଭାରେ ବିଜୁ ଜନତା ଦଳର ଶ୍ରମିକ ସାମୁକ୍ଷ କାର୍ଯ୍ୟକାରୀ ସଭାପତି ମନୀଦୀପା ସାରଖେଲ , ବିଜୁଜନତା ଦଳର ସଭାପତି ପାରାଦୀପ ପୌର ପରିଷଦ ର ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ଓ ବିଜୁ ଜନତା ଦଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବା ବେଳେ ହଜାର ହଜାର ସଂଖାରେ ଦଳୀୟ କର୍ମୀ ମା ଓ ମାଉସୀ ଯୁବ ବର୍ଗ ଯୋଗ ଦେଇ ଫାଇବି ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଙ୍କୁ ସ୍ୱାଗତ କରିଥିଲେ l ସତେ ଯେମିତି ସମୁଦ୍ର ବେଳା ଭୂମିରେ ଜନ ସମୁଦ୍ର ଖେଳି ଯାଇଥିଲା ଏହି ପରିପ୍ରେକ୍ଷୀ ରେ ଭିକେ ପାଣ୍ଡିଆନ ନିର୍ବାଚନୀ ଇସ୍ତାହାର ଘୋଷଣା କରିଥିଲେ l ଏହି ସଭା ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହୋଇ ଉଠିଥିଲା l ପରେ ପରେ ଶଙ୍ଖ ଚିହ୍ନ ଜିନ୍ଦାବାଦ ନବୀନ ପଟ୍ଟନାୟକ ଜିନ୍ଦାବାଦ ପାଣ୍ଡିଆନ ସାର ଜିନ୍ଦାବାଦ ଧ୍ବନୀ ରେ ସଭାସ୍ଥଳୀ ପ୍ରକମ୍ପିତ ହୋଇ ଉଠିଥିଲା l ଏଥିସହ ସାସଂଦ ଓ ବିଧାୟକ ପ୍ରାର୍ଥିନୀ ଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ପରିମାଣ ରେ ଭୋଟ ଦେଇ ଜୟଯୁକ୍ତ କରିବା ସହ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟ ମନ୍ତ୍ରୀ ଭାବେ ଦେଖିବାକୁ ଫାଇବି ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ସମସ୍ତ ଦଳୀୟ ନେତୃତ୍ୱ ଓ ଜନସାଧାରଣ ଙ୍କୁ ଅନୁରୋଧ କରିଥିଲେ l