ଓଡ଼ିଶାରେ ବି ଡବଲ ଇଂଜିନ ସରକାର ହେବା ଦରକାର: ରାଜନାଥ ସିଂ

ନବରଙ୍ଗପୁର (ଓଡ଼ିଶା ଟୁଡେ): ନବରଙ୍ଗପୁରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବିଜେପିର ଲୋକସଭା ଓ ବିଧାନସଭାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇ କହିଛନ୍ତି ଯେ, ଓଡିଶାରେ ଏଥର ଡବଲ ଇଞ୍ଜିନ ସରକାର ଦରକାର । ତେଣୁ ଆପଣମାନେ ସମସ୍ତେ ଭାରତୀୟ ଜନତା ପାର୍ଟିକୁ ଆର୍ଶୀବାଦ କରନ୍ତୁ । ବିଜେପି ଯାହା କୁହେ, ତାହା କରିକି ଦେଖାଏ । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଦେଶକୁ ପ୍ରଗତି ପଥେ ଆଗେଇ ନେଇଛନ୍ତି ।

ସେହିପରି ନବରଙ୍ଗପୁର ସଭାରେ ରାଜନଥ ସିଂହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଲମ୍ବା ସମୟ ଧରି ଦେଶର ଶାସନ କ୍ଷମତାରେ ରହିଥିଲା କଂଗ୍ରେସ । ଏହି ସମୟରେ ସେ ନାରା ଦେଇଥିଲେ ଯେ, କଂଗ୍ରେସ ସରକାରକୁ ବିଜୟୀ କରାଅ, ଦେଶରୁ ଗରିବି ହଟାଓ । କିନ୍ତୁ ଦେଶରୁ ଗରିବ ହଟିବ କଣ.. ଦିନକୁ ଦିନ ଏହି ସଂଖ୍ୟା ବଢିବାରେ ଲାଗିଥିଲା । ଲଗାତର ଭାବେ ଲୋକଙ୍କ ସହିତ ଛଳନା କରିଚାଲିଥିଲା କଂଗ୍ରେସ ପାର୍ଟି । ଆଉ ଏବେ ଆମ ସରକାର ଆସିବା ପରେ ପ୍ରଥମେ ଏହି ଦିଗରେ କାମ କରିବା ଆରମ୍ଭ କରିଥିଲୁ । ଆଉ ଏଥିରେ ମଧ୍ୟ ସଫଳ ହୋଇଛୁ ।

ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଏହି ସବୁ କଥା ଆମେ କହୁନାହୁଁ । ବରଂ ନୀତି ଆୟୋଗର ରିପୋର୍ଟ ହିଁ କହୁଛି । ନୀତି ଆୟୋଗର ତଥ୍ୟ ଅନୁସାରେ, ଗତ ୯ ବର୍ଷ ମଧ୍ୟରେ ୨୫ କୋଟି ଲୋକ ଦାରିଦ୍ରତା ସୀମାରେଖାରୁ ବାହାରିଛନ୍ତି । ଆଉ ସେମାନଙ୍କ ଆର୍ଥିକ କ୍ଷେତ୍ରରେ ଉନ୍ନତି ବି ଆସିଛି ।

Leave a Reply

Your email address will not be published. Required fields are marked *