ବଦଳିବ ବାରବାଟୀ ଷ୍ଟାଡିୟମର ରୂପରେଖ, ଅନୁଧ୍ୟାନ କଲେ ୫-ଟି ଅଧ୍ୟକ୍ଷ, ୨୭ ତାରିଖରେ ଭିତ୍ତିପ୍ରସ୍ତର

କଟକ (ଓଡ଼ିଶା ଟୁଡେ): କଟକ ବାରବାଟୀ ଷ୍ଟାଡିୟମର ବିକାଶ ଦିଗରେ ଆଲୋଚନା କରିଛନ୍ତି 5ଟି ତଥା ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଆଜି ସକାଳୁ ସେ କଟକ ଯାଇ ଏହାର ବ୍ଲୁପ୍ରିଣ୍ଟିଂ ପ୍ରସ୍ତୁତି ଉପରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ତାଙ୍କ ସହିତ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ମଧ୍ୟ ଉପସ୍ଥିତ ଥିଲେ ।

ପାଣ୍ଡିଆନ ପିଚ, ଗ୍ରାଉଣ୍ଡ, ଗ୍ୟାଲେରୀର ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥିସହିତ ସେ ରଣଜୀ ଖେଳାଳି ଓ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ଆଲୋଚନା କରିଥିଲେ । ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ କରିବେ । ପରେ ତିନି ବର୍ଷ ମଧ୍ୟରେ ଷ୍ଟାଡିୟମ କାମ ଶେଷ ହେବ । ପ୍ରଣବ ଦାସଙ୍କ ସହିକ ଓସିଏ ସମ୍ପାଦକ ସଂଜୟ ବେହେରା, କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ସାଥୀରେ ଥିଲେ ।

Leave a Reply

Your email address will not be published. Required fields are marked *