
ଭୁବନେଶ୍ୱର (ଓଡ଼ିଶା ଟୁଡେ): ସଂସଦ ରୁ ବିରୋଧୀ ଦଳମାନଙ୍କର 143 ଜଣ ସାଂସଦଙ୍କୁ ନିଲମ୍ଵନ ବିରୋଧରେ ଡିସେମ୍ବର 22ତାରିଖ ରେ ଆହୁତ ଦେଶଵ୍ୟାପୀ ପ୍ରତିବାଦ ଦିବସ କୁ ଓଡିଶା ରେ ସଫଳ କରିବା ପାଇଁ ଇଣ୍ଡିଆ ମେଣ୍ଟଭୁକ୍ତ ଓଡିଶା ର ବିରୋଧୀ ରାଜନୈତିକ ଦଳ ମାନେ ଆହ୍ୱାନ ଦେଇଛନ୍ତି l ଆଜି ଭୁବନେଶ୍ୱରସ୍ଥିତ ସି ପି ଆଇ(ଏମ) ରାଜ୍ୟ ଅଫିସ ରେ ବିରୋଧୀ ଦଳ ମାନଙ୍କର ବୈଠକ ହୋଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି l
ଇଣ୍ଡିଆମେଣ୍ଟଭୁକ୍ତ ଓଡିଶା ର ରାଜନୈତିକ ଦଳ ମାନଙ୍କର ରାଜ୍ୟ ନେତୃବୃନ୍ଦ କହିଛନ୍ତି ଯେ ଭାରତୀୟ ସମ୍ବିଧାନରେ ସଂସଦୀୟ ଗଣତନ୍ତ୍ରର ସର୍ବୋଚ୍ଚ ଅନୁଷ୍ଠାନ ହେଉଛି ସଂସଦ l ସଂସଦ ରେ ବିରୋଧୀ ସାଂସଦମାନେ ସାମ୍ଵିଧାନିକ ବ୍ୟବସ୍ଥାର ସୁରକ୍ଷା ପାଇଁ ମୁହଁ ଖୋଲିବାରୁ ସେମାଙ୍କୁ ଗଣ ନିଲମ୍ଵନ କରାଗଲା l ଶାସକ ଦଳର ହାତବାରିସୀ ହୋଇ ରାଜ୍ୟସଭା ଅଧ୍ୟକ୍ଷ ଓ ଲୋକସଭା ବାଚସ୍ପତି ଏହି ଅଗଣତାନ୍ତ୍ରିକ କାର୍ଯ୍ୟ କରିଛନ୍ତି l ସଂସଦୀୟ ଆଲୋଚନାରୁ ସାଂସଦଙ୍କୁ ନିଲମ୍ଵନ କରି ଦେଶର ନିର୍ବାଚନ ଆୟୁକ୍ତ ନିଯୁକ୍ତି ବ୍ୟବସ୍ଥାର ସଂଶୋଧନ ବିଲ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଵିଲ୍ ଅନୁମୋଦନ ପାଇଁ ଏକଛତ୍ରବାଦୀ ମୋଦୀ ସରକାରଙ୍କ ନିର୍ଦ୍ଦେଶ ରେ ରାଜ୍ୟସଭା ଅଧ୍ୟକ୍ଷ ଓ ଲୋକସଭା ବାଚସ୍ପତି ବର୍ତ୍ତମାନ ସୁଦ୍ଧା 143 ଜଣ ସାଂସଦ ଙ୍କୁ ନିଲମ୍ଵନ କରି ବିରୋଧୀ ଦଳ ଶୁନ୍ୟ ସଂସଦ ଚଳାଇବାର କଳଙ୍କିତ ଅଧ୍ୟାୟ ଆରମ୍ଭ କରିଛନ୍ତି। ଏହାଦ୍ୱାରା ସଂସଦୀୟ ଗଣତନ୍ତ୍ର କୁ ହତ୍ୟା କରାଯାଇଛି l
ଭାରତୀୟ ସାମ୍ଵିଧାନିକ ବ୍ୟବସ୍ଥା ଓ ଗଣତନ୍ତ୍ର ଉପରେ ଏକଛତ୍ରବାଦୀ-ସାମ୍ପ୍ରଦାୟିକ କୂଚକ୍ର ଏବଂ କର୍ପୋରେଟ ଲୁଣ୍ଠନ ପାଇଁ ଜନ ବିରୋଧୀ ନିତୀ ଗ୍ରହଣ କରି ମୋଦି ସରକାର ଯେଉଁ ଆକ୍ରମଣ ଆରମ୍ଭ କରିଛନ୍ତି,ତାହା ଭାରତୀୟ ଗଣତନ୍ତ୍ର ରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ସାମ୍ଵିଧାନିକ ବ୍ୟବସ୍ଥା ଓ ଅନୁଷ୍ଠାନ ଉପରେ ମୋଦୀ ସରକାରଙ୍କ ଏହି ସୌରାଚାରୀ ଆକ୍ରମଣ ମହଙ୍ଗା ପଡିଵ।
ଭାରତୀୟ ସଂସଦୀୟ ଗଣତନ୍ତ୍ର ହେଉଛି ବହୁ ପରିକ୍ଷିତ ଏବଂ ପରିପକ୍ୱ ଗଣତାନ୍ତ୍ରିକ ବ୍ୟବସ୍ଥା l ଏହା ଵିରୋଧରେ ଦେଶର ସମସ୍ତ ଗଣତନ୍ତ୍ର ପ୍ରେମୀ, ଧର୍ମନିରପେକ୍ଷ, ବାମପନ୍ଥୀ ଦଳ ମାନେ, ସମସ୍ତ ଦେଶପ୍ରେମୀ ସଂଗଠନ ଓ ବ୍ୟକ୍ତି ବିଶେଷ ଐକ୍ୟବଦ୍ଧ ହୋଇ “ଗଣତନ୍ତ୍ର ସୁରକ୍ଷା ସଂଗ୍ରାମ” ରେ ଝାସ ଦେବାକୁ ଓଡିଶା ରେ ଥିବା I.N.D.I.A. ମେଣ୍ଟଭୁକ୍ତ ରାଜନୈତିକ ଦଳ ମାନଙ୍କ ତରଫରୁ ଦୃପ୍ତ ଆହ୍ଵାନ ଦିଆ ଯାଇଛି।
ଓଡିଶା ର ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟଵ୍ୟାପୀ ଆସନ୍ତା କଲି ଅର୍ଥାତ ଡିସେମ୍ବର 22 ତାରିଖ ରେ ପ୍ରତିବାଦ ସଂଗଠିତ କରାଯିବା ପାଇଁ ଆହ୍ୱାନ ଦିଆଯାଇଛି l ଧାରଣା, ବିକ୍ଷୋଭ, ସଭା ଏବଂ ପଟୁଆର ସଂଗଠିତ କରି ଏହି ପ୍ରତିବାଦ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି l
ଆଜିର ମିଳିତ ବୈଠକ ରେ ଭାରତୀୟ ଜାତୀୟ କଂଗ୍ରେସ,ସିପିଆଇ,ସିପିଆଇ-ଏମ୍ ଏଲ (ଲିବେରେସନ) ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଆରଜେଡି, ଏନସିପି, ସମତା କ୍ରାନ୍ତି ଦଳ, ଜେଡି(ୟୁ),ବି ଏସ ପି, ସି ପି ଆଇ-ଏମ ଏଲ (ରେଡ ଷ୍ଟାର), ତୃଣମୂଳ କଂଗ୍ରେସ, ଜେ ଏମ ଏମ,ସମତାକ୍ରାନ୍ତି ଦଳ, ଆରପିଆଇ ଏବଂ ସମୃଦ୍ଧ ଓଡିଶା ଇତ୍ୟାଦି ଦଳର ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଯୋଗ ଦେଇଥିଲେl ଜିଲ୍ଲା ସ୍ତରରେ ତୁରନ୍ତ ମିଳିତ ବୈଠକ ଆହ୍ୱାନ କରି ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ନିବେଦନ ଇଣ୍ଡିଆ ଅନ୍ତର୍ଭୁକ୍ତ ଦଳ ମାନଙ୍କର ରାଜ୍ୟ ନେତୃବୃନ୍ଦ ନିବେଦନ କରିଛନ୍ତି l
ଆଜିକାର ଏହି ବୈଠକ ରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସମ୍ପର୍କ ରେ ସର୍ବଶ୍ରୀ ପ୍ରସାଦ ହରିଚନ୍ଦନ, ରାମକୃଷ୍ଣ ପଣ୍ଡା,ଅଳି କିଶୋର ପଟ୍ଟନାୟକ, ଅଭୟ ସାହୁ,ରବି ବେହେରା,ଜ୍ୟୋତି ରଞ୍ଜନ ମହାପାତ୍ର, ବିକ୍ରମ ସ୍ୱାଇଁ,ପ୍ରମିଳା,ମହେନ୍ଦ୍ର ପରିଡା,ସୌମ୍ୟ ରଞ୍ଜନ ସ୍ୱାଇଁ, ହେମନ୍ତ କୁମାର, ଆଶୀଷ କାନୁନଗୋ ଦୁଷ୍ମନ୍ତ କୁମାର ଦାସ, ସୁରେଶ ପାଣିଗ୍ରାହୀ ବଂଶୀଧର ପରିଡା,ପ୍ରଭାସ ସାମନ୍ତରାୟ, ଚିତ୍ତ ରଞ୍ଜନ ମହାନ୍ତି, ମଧୁ ସୁଦନ ଯାଦବ, ନନ୍ଦନ ପାଲ,ଯତୀଶ ମହାନ୍ତି, ଶିବାଜୀ ମୌଲିକ ଏବଂ ଶେଖ ଅବଦୁଲ ୱାଲୀ ଏକ ମିଳିତ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି l