
ଭୁବନେଶ୍ବର (ଓଡ଼ିଶା ଟୁଡେ): ଲକ୍ଷ୍ମୀ ବସ୍ରେ ୟୁପିଆଇ କ୍ୟୁଆର କୋଡର ଶୁଭାରମ୍ଭ ହୋଇଛି । ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କ ଦ୍ବାରା ଶୁଭାରମ୍ଭ ହୋଇଛି । ଯାତ୍ରୀମାନଙ୍କ ଯାତାୟତକୁ ସୁଗମ କରିବ କ୍ୟୁଆର କୋଡ ବ୍ୟବସ୍ଥା କରାଯାଇଛି । ଯାତ୍ରୀମାନେ ସୁବିଧାରେ କ୍ୟୁଆର କୋଡ୍ ସ୍କାନ କରି ଟଙ୍କା ଦେଇପାରିବେ ।
ଲକ୍ଷ୍ମୀ ବସରେ ଯାତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦିଆଯାଇଛି । ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଓ ଏଚଡିଏଫସି ମଧ୍ୟରେ ଭାଗିଦାରିତା ରହିଛି ।