ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପି କର୍ମୀ ବିଜୁ ଜନତା ଦଳରେ ସାମିଲ


ବାରିପଦା/ଉଦଳା ତା୦୬-୧୧-୨୬ (କ ବ୍ଯୁ) : କେନ୍ଦ୍ରରେ ଭାଜପା ବାର ବର୍ଷ ଶାସନ, ରାଜ୍ୟରେ ଭାଜପା ଅଢ଼େଇ ବର୍ଷରୁ ଅଧିକ ଶାସନ କ୍ଷମତାରେ ! କିନ୍ତୁ ନିଜ ଦଳର କର୍ମୀ ବେସାହାରା । ଆଜି ଉଦଳା ନିର୍ବାଚନ ମଣ୍ଡଳୀ ବିଜେଡ଼ି କାର୍ଯ୍ୟାଳୟରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କ ନେତୃତ୍ୱରେ କପ୍ତିପଦା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରା: ପ:ର ୧୫୦ ରୁ ଅଧିକ ବିଜେପି କର୍ମୀ ମାନେ ନିଜ ଦଳକୁ ପରିତ୍ୟାଗ କରି ଜନପ୍ରିୟ ନେତା ମାନ୍ୟବର ନବୀନ ପଟ୍ଟନାୟଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ତାଙ୍କର ଅଭିଯୋଗ କରିବାର କାରଣ ଉଦଳା ନିର୍ବାଚନ ମଣ୍ଡଳୀର ୪ (ଚାରିଥର) ଭାସ୍କର ମଢ଼େଇ ବିଧାୟକ ହେଲେ, ତାଙ୍କର ବ୍ୟକ୍ତିଗତ ଏବଂ ତାଙ୍କ ପରିବାରର ପ୍ରତିପତ୍ତି ଅନେକ ପରିବର୍ତ୍ତନ ହୋଇଥିବାବେଳେ ନିର୍ବାଚନ ମଣ୍ଡଳୀର ଚିତ୍ର ଆଖି ଦୃଷ୍ଟିଆ କିଛି ପରିବର୍ତ୍ତନ ହୋଇ ପାରିନାହିଁ । ସେଥିପାଇଁ ବିଜେପି କର୍ମୀମାନେ ବିରକ୍ତ ପ୍ରକାଶ କରି ସମୂହ ଦଳ ପରିବର୍ତ୍ତନ କରିଅଛନ୍ତି । ଯାହାଫଳରେ ଉଦଳା ନିର୍ବାଚନ ମଣ୍ଡଳୀର ବିଜେଡ଼ି ସଂଗଠନ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଏଡ଼ାଇ ଦେଇ ହବ ନାହିଁ । ଏହାର ପ୍ରଭାବ ଆଗାମୀ ପଞ୍ଚାୟତ ନିର୍ବାଚନ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ପ୍ରତିଫଳନ ହେବ । ଆଜିକାର ମିଶ୍ରଣ ପର୍ବରେ କପ୍ତିପଦା ବ୍ଲକ ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସ୍ୱତନ୍ତ୍ର ଉଦ୍ୟମରେ ଦେବଳା ଗ୍ରା:ପ: ସଭାପତି ରଞ୍ଜନ ନାଏକ, ପ୍ରଶାନ୍ତ କୁମାର ମହାପାତ୍ର ଛାତ୍ର ନେତା ଆଶିଷ୍ କୁମାର ଦାସ, ଉପସଭାପତି ଶଶଧର ସ୍ୱାଇଁ ଏବଂ ଅନ୍ୟମାନେ ସହଯୋଗ କରିଥିଲେ । ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କ ସଭାପତିତ୍ୱରେ ଏକ ମିଶ୍ରଣ ପର୍ବର ସଭା ଅନୁଷ୍ଠିତ ହୋଇ, ଦଳର ବରିଷ୍ଠ ନେତା ଜିଲ୍ଲା ସମ୍ପାଦକ ମନୋଜ ମହାନ୍ତି, ଜିଲ୍ଲା ମହିଳା ସଭାପତି ଶ୍ରାବଣୀ ଦାସ, ପୂର୍ବତନ ନଗରପାଳ ସୌଭାଗ୍ୟ କୁମାର ସାହୁ, ଜିଲ୍ଳା ସମ୍ପାଦକ ବନମାଳି ବେହେରା, ସାଧାରଣ ସମ୍ପାଦକ ଅମିୟ କୁମାର ବଳ, ଉଦଳା ଉପନଗରପାଳ ଲିଲି ଭୋଳ, ଗୋବିନ୍ଦ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡ଼ା, ଅନନ୍ତ ଦାସ, କାଉନସିଲର ମମତା ଟୁଡୁ, ଯମୁନା ହେମ୍ବ୍ରମ, ଜିଲ୍ଲା ପରିଷଦ ସଭ୍ୟା ଶୁଶାନ୍ତି ସିଂ ଏବଂ ବହୁ ନେତୃ୍‌ ମଣ୍ଡଳୀମାନେ ମଞ୍ଚାସୀନ ହୋଇ କେନ୍ଦ୍ର ଏବଂ ଅପାରଗ ଜନ ବିରୋଧି ରାଜ୍ୟ ସରକାରଙ୍କୁ ଘୋର ସମାଲୋଚନା କରିଥିଲେ । ଆଜିକାର ସଭାକୁ ପ୍ରସ୍ତୁତି ଏବଂ ସବୁଜ ସୁନ୍ଦର କରିବା ପାଇଁ ଯୁବନେତା ବିଣାକାର ମହାପାତ୍ର, ନିଳାଦ୍ରୀ ବିହାରୀ ମହାନ୍ତି, ପ୍ରତାପ ଚନ୍ଦ୍ର ବେହେରା, ମାୟାଧର ନାଏକ, ଭବାନୀ ଶଙ୍କର ମହାନ୍ତ, ଶୈଳାସ ବିଶ୍ୱାଳ, ଶଶୀକାନ୍ତ ମଲ୍ଲିକ, ପ୍ରଶାନ୍ତ ଜେନା, ଛତିଶ ମଢ଼େଇ, ବାଲକୁ ସୋରେନ ଏବଂ ବହୁ କର୍ମୀ ସହଯୋଗ କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *