
ବାରିପଦା-ଉଦଳା,ତା୦୬/୧୧/୨୬ (କ: ବ୍ଯୁ)
ସମ୍ପୁର୍ଣ୍ଣ ନିଶାମୁକ୍ତ ଓଡ଼ିଶା ଗଠନ ଦାବିରେ, ଉଦଳା କୃଷକ ବଜାରରୁ ରାଲି ମାଧ୍ୟମରେ ଶତାଧିକ ମହିଳା ମାନଙ୍କୁ ନେଇ ଉଦଳା ଉପଜିଲ୍ଲାପାଳଙ୍କ ମାଧ୍ୟମରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କୁ ଓଡ଼ିଶାରୁ ମଦ ବନ୍ଦ ପାଇଁ ଦାବିପତ୍ର ଦିଆଯାଇଥିଲା
ସରକାର ନିର୍ବାଚନ ପୁର୍ବରୁ ମଦ ବନ୍ଦ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାଁନ୍ତି। ଆଜି କୋଚିଳାଡ଼ିହା ଓ ରାଢ଼ ପରି ସମସ୍ତ ଜିଲାରେ ମଦ ପାଇଁ ପରିବାରେ କଳହ, ଚୋରି ଆତ୍ମହତ୍ୟା ଓ ହତ୍ୟା ପରି ଅନେକ ଦୁର୍ଘଟଣା ଘଟୁଛି। ଗାଁ ଠୁ ସହର ଆଇନ୍ ଶୃଙ୍ଖଳା ପରିସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗିଛି। ତେଣୁ ସଂଗଠନ ତରଫରୁ ସରକାର ଦେଇଥିବା ପ୍ରତିଶୃତି କୁ ତୁରନ୍ତ ପୁରଣ କରି ଓଡ଼ିଶାର ଅଶ୍ମିତା କୁ ରକ୍ଷା କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ନବନିର୍ମାଣ କୃଷକ ଓ ମହିଳା ସଂଗଠନର ନେତୃତ୍ବ ମଧ୍ୟରୁ,ରାଈମଣୀ ବିଶ୍ଵାଳ,ଚିନୁ ଦାଶ, ଶ୍ରୀମତୀ ଖଣ୍ଡେଇ,ରୁନା ନାଏକ, ରଶ୍ମିତା ଖଣ୍ଡେଇ,କମଳା ଖଣ୍ଡେଇ,ଗୁରୁବାରୀ ନାଏକ,ମୋହନ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)