କୋରାଇରେ ମହିଳାଙ୍କୁ ଆକ୍ରମଣ: ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ପ୍ରତିନିଧ୍ ଦଳ ଏଡିଜିପିଙ୍କୁ ଭେଟିଲା ଓଜେସି

କଟକ ତା ୧୨/୧୦- ଯାଜପୁର ଜିଲ୍ଲା କୋରାଇ ଥାନା ଅନ୍ତର୍ଗତ ର୍ଗତ ଜାଗୁଲାଇଗାଡ଼ିଆ ଗ୍ରାମରେ ଜମି ବିବାଦକୁ କେନ୍ଦ୍ର କରି ଜଣେ ନିରୀହ ମହିଳାଙ୍କ ଙ୍କ ଉପରେ ହୋଇଥିବା ପ୍ରାଣଘାତୀ ଆକ୍ରମଣ ଘଟଣାରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବି ବିରେ ‘ଓଡ଼ିଶା ଜନତା କଂଗ୍ରେସ ପାର୍ଟି କ୍ଷରୁ ରାଜ୍ୟ—ସଭାପତି ଗିରିବାଳା ବେହେରାଙ୍କ ନେତୃତ୍ବରେ ଏକ ପ୍ରତିନିଧ୍ ମଣ୍ଡଳୀ ଅତିରିକ୍ତ ଡିଜିପି ସୌ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟି ଡିଜିପିଙ୍କ ଉଦ୍ଦେଶ ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି I

ଗତ ସେପ୍ଟେମ୍ବର ୩୦ ତାରିଖରେ ଗ୍ରାମର ଅନ୍ନପୂର୍ଣ୍ଣା ବିଶ୍ବ ବିଶ୍ବାଳ ନିଜ ଜମି ଦେଖୁବାକୁ ଯାଇଥିବା ବେଳେ ବିରୋଧୀ ପକ୍ଷର ଚିନ୍ତାମଣି ନାୟକ ଓ ତାଙ୍କ ସ‌ହ‌ଯୋଗୀମାନେ ଲୁହା ରଡ୍ ଏବଂ ଭୁଜାଲିରେ ତାଙ୍କୁ ମରଣା ଗାନ୍ତକ ଆକ୍ରମଣ କରି ଗୁରୁ ଗୁରୁତର ଆହତ କରିଥିଲେ I ପୂର୍ବରୁ ଉକ୍ତ ଜମି ରେ କୋର୍ଟଙ୍କ ୧୪୪ ଧାରା ଧାରା ଲାଗୁ ଥିବା ସତ୍ତ୍ବେ ଏବଂ ଥାନା ଥାନାରେ ଭିଡିଓ ପ୍ରମାଣ ସହ ଏତଲା ଦିଆଯାଇଥିଲେ ମଧ୍ଯ କୋରାଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଅଭିଯୁକ୍ତମାନଙ୍କୁ ଖୋଲା ଛାଡ଼ିଦେଇଥିବା ଅଭିଯୋଗ ହୋଇଛି। ପ୍ରତିନିଧ୍ ଦଳ ମୁଖ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା, କର୍ତ୍ତବ୍ୟରେ ଅବହେଳା କରିଥିବା ଥା ଅଧିକାରୀଙ୍କ ବିରୁଦ୍ଧରେ ଦ୍ଧରେ ବିଭ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏ ଏଡିଜିପିଙ୍କ ନିକଟ କଟରେ ଦୃଢ଼ ଦାବି ଜଣାଇଛନ୍ତି I ଉପରେ ଥାନା

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା ଓଜେସି ସଭାନେତ୍ରୀ ଗିରିବାଳା ବେହେରା, ସେକ ଲିଆକତ ଉଦ୍ଦୀନ ଅହମ୍ମଦ, ଶରତ ଚନ୍ଦ୍ର ଶେଠୀ, ସୁରଜିତ ସାହୁ, ସେକ ଅସଲମ, ସନ୍ତୋଷ କୁମାର ପାତ୍ର, ଅନିତା ବେହେରା, ମନୋରଞ୍ଜନ ନାୟକ, ଶ୍ରୀମତୀ ଅନ୍ନପୂର୍ଣ୍ଣା ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *