ଶେଷରେ ଗ୍ରାହକ ଗାଡି ଫେରେଇଲେ ଟାଟା ଶୋ ରୁମକୁ

ଟାଟା ଗାଡି କିଣିବା ଦିନଠାରୁ ହିଁ ଏସି ସମସ୍ୟା ଲାଗିରହିଥିଲା ।

୫ମ ଥର ଗାଡି ନେଇ ଛାର ଏସି ସଜାଡ଼ିବାରେ ଲଙ୍କେଶ୍ୱରୀ ଅସମର୍ଥ । ୫ମ ଥର ଗାଡି ସଜାଡ଼ି ପାଇବା ଦୁଇ ଦିନ ମଧ୍ୟରେ ଛଅ ନମ୍ବର ପାହାଚରେ ଚଢ଼ିଲା

ରାୟଗଡ- ରାୟଗଡ ଉପକଣ୍ଠରେ କତାପେଟାରେ ରହିଥିବା ଟାଟା ମୋଟର, ଲଙ୍କେଶ୍ୱରୀ କାର ଶୋ ରୁମରୁ ଅଜୟ ରଥ ନାମକ ଜଣେ ଗ୍ରାହକ ଏପ୍ରିଲ ୨୦୨୫ ରେ ଏକ ଟାଟା ଟିଆଗୋ କାର ଆଇସି ଆଇସି ବ୍ୟାଙ୍କ ଲୋନ କରି କିଣିଥିଲେ। କିଣିବା ଦିନଠାରୁ ଏସି ଅଚଳ ଜାଣିବା ପରେ ଶୋ ରୁମ ସେଲସ ମ୍ୟାନେଜର ଶ୍ରୀକାନ୍ତ ପଟନାୟକଙ୍କୁ ଜଣେଇଥିଲେ । ପ୍ରଥମ ସର୍ଭିସିଂରେ ସଜାଡି ଦିଆ ଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ଗ୍ରାହକ ପ୍ରଥମ ସର୍ଭିସିଂ ଭୁବନେଶ୍ୱର ଶ୍ରୀକ୍ଷତ୍ର ଅଟୋମୋଟିଭ ପ୍ରାଇଭେଟ ଲିମିଟେଡ଼ରେ କରାଇଥିଲେ। ଗ୍ରାହକ ସେଠାରୁ ଜାଣିବାକୁ ପାଇଲେ ଗାଡି କିଣିବା ପୂର୍ବରୁ (PDI) ପ୍ରି ଡେଲିଭେରୀ ଇନ୍ସପେକ୍ସନ କରାଯାଇ ନାହିଁ । ଯାହାକି ଗ୍ରାହକକୁ ହସ୍ତାନ୍ତର ପୂର୍ବରୁ ସମସ୍ତ ପ୍ରକାର ଯାଞ୍ଚ କରି ବିକ୍ରି କରିବା ନିୟମ ରହିଛି । ଏବଂ ଏସି ମରାମତି ସକାଶେ ୪ ଦିନ ଲାଗିବ କହିବାରୁ ଗ୍ରାହକ ଜଣକ ଭୁବନେଶ୍ୱର ରୁ ଫେରିବା ପରେ ରାୟଗଡ ଟାଟା ମୋଟର, ଲଙ୍କେଶ୍ୱରୀ କାର ଶୋ ରୁମ ମ୍ୟାନେଜରଙ୍କୁ ଜଣେଇଥିଲେ । ଏନେଇ ଅବଗତ ପରେ ଗ୍ରାହକ କାର ଏପ୍ରିଲ ମାସରେ କିଣିଥିବା ବେଳେ ଜୁନ ମାସରେ ପ୍ରି ଡେଲିଭେରୀ ଇନ୍ସପେକ୍ସନ ଜୟପୁର ଲଙ୍କେଶ୍ୱରୀ ମୋଟର ଠାରେ କରା ଯାଇଛି । ତାହା ବି କାର ରାୟଗଡ ଗ୍ରାହକଙ୍କ ପାଖରେ ରହିଥିବା ସମୟରେ । ଏସି ସମସ୍ୟାକୁ ନେଇ ଗ୍ରାହକ ଭୁବନେଶ୍ୱର ଶ୍ରୀକ୍ଷତ୍ର ଅଟୋ ମୋଟିଭ ପ୍ରାଇଭେଟ ଲିମିଟେଡ଼ ସହ ଜୟପୁର ଲଙ୍କେଶ୍ୱରୀ କର୍ମଚାରୀଙ୍କ ଯୋଗାଯୋଗ କରାଇବା ପରେ ଏସି ର କିଛି ପାର୍ଟ ଆଣି ପରିବର୍ତ୍ତନ କରିଥିଲେ । ପରିବର୍ତ୍ତନ ପରେ ବି ସମାନ ସମସ୍ୟା ରହିଲା । ସେହିଠାରୁ ଆରମ୍ଭ ହୋଇଥିଲା ଗ୍ରାହକଙ୍କ ଯନ୍ତ୍ରଣା ଭୋଗିବାର ପ୍ରଥମ ପାହାଚ।

ଏମିତି ବାରମ୍ବାର ଏସି ଅଚଳ ହେବା ଫଳରେ ମରାମତି ବାବଦରେ ଗାଡି ଜୟପୁର ବର୍ଷକ ମଧ୍ୟରେ ୩ ଥର ୧ ବର୍ଷ ୬ ମାସ ମଧ୍ୟରେ ୫ମ ଥର ଛାର ଏସି ସଜାଡ଼ିବାକୁ ନେଇ ଅସମର୍ଥ ହୋଇଥିଲା ଜୟପୁର ଲଙ୍କେଶ୍ୱରୀ ମୋଟର । ପର୍ଯ୍ୟାୟ କ୍ରମେ ୧ବର୍ଷ ଛଅ ମାସରେ ୫ ଥର ମରାମତି ବାବଦରେ ଜୟପୁର ସର୍ଭିସିଂ ସେଣ୍ଟରରେ ଗାଡି ପ୍ରାୟ ୩ ମାସ ରହିଲା। ଏ ମଧ୍ୟରେ ମାଲିକ ବ୍ୟାଙ୍କ ଲୋନ ମାସିକ କିସ୍ଥିରୁ ବାଦ ପଡି ନଥିଲେ। ଏଥିରୁ ସ୍ପଷ୍ଟ ପ୍ରମାଣ ମିଳେ ଯେ ଜୟପୁର ଲଙ୍କେଶ୍ୱରୀ ମୋଟରରେ କିଭଳି ଅଭିଜ୍ଞ କାରିଗର ଅଛନ୍ତି। ପ୍ରତ୍ୟକ ଥର ଗାଡି ଫେରେଇବା ବେଳେ ଏସି ଏକଦମ ବଢିଆ କାମ କରୁଚ୍ଛି । ଆମ ଟେକନିକାଲ ଟିମ ଅବଜର୍ବେସନରେ ରଖି ଅନୁଧ୍ୟାନ କରିଥିବା ନେଇ ମିଛ କହି ଗାଡି ଫେରାଉଥିଲେ । ଗାଡି ପାଇବାର କିଛି ଦିନ ମଧ୍ୟରେ ପୁଣି ସମାନ ସମସ୍ୟା ଭୋଗୁଥିଲେ ଗ୍ରାହକ । ୫ମ ଥର ଗାଡି ମରାମତି ପରେ ଫେରି ପାଇବାର ୨ ଦିନ ମଧ୍ୟରେ ଛଅ ଥର ପାଇଁ ସମସ୍ୟାର ସମ୍ମୁଖୀନ ହୋଇ ମାନସିକ, ଶାରୀରିକ, ଅପମାନ ଜନକ ସମସ୍ୟାର ସମ୍ମୁଖୀନ ହୋଇ ଶେଷରେ ଗତ ୨୮ ସେପ୍ଟେମ୍ବର ୨୦୨୬ ରେ ଟାଟା ଟିଆଗୋ ଗାଡି ରାୟଗଡ ଶୋ ରୁମ ସେଲସ ମ୍ୟାନେଜର ଶ୍ରୀକାନ୍ତ ପଟନାୟକଙ୍କୁ ଫେରେଇ ଦେଇଛନ୍ତି।

କେବଳ ସେ ନୁହଁନ୍ତି ,ଏମିତି ଅନେକ ଗ୍ରାହକ ସମସ୍ୟାର ସମ୍ମୁଖୀନ ହେଉଥିବେ।ଅନୁସନ୍ଧାନ କଲେ ଅସୁବିଧା ଭୋଗୁଥିବା ଗ୍ରାହକଙ୍କ ସଂଖ୍ୟା ବଢିବ ବୋଲି କହିବା ସହ ଆଗକୁ ଦଶହରା ଆସୁଛି ଦଶହରା ଉପଲକ୍ଷେ ଆମ ଜିଲ୍ଲାବାସୀ ଟାଟା ଗାଡି କିଣିବାକୁ ସ୍ଥିର କରିଥିବେ । ଯଦି ଏଠାରୁ କିଣବା ପରେ କୌଣସି ତ୍ରୁଟି ଆସିଲେ ତାଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ଏଡାଇ ଦିଆ ଯାଇପାରିବ ନାହିଁ ବୋଲି କହିବା ସହ ତାଙ୍କ କାର ସମସ୍ୟା ଏବଂ ଲଙ୍କେଶ୍ୱରୀ ତରଫରୁ ସମସ୍ୟାର ସମାଧାନ କିଭଳି ପାଇଛି ତାକୁ ନଜରରେ ରଖି ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ଗାଡି ମାଲିକ ଅଜୟ ରଥ ।

Leave a Reply

Your email address will not be published. Required fields are marked *