ନୟାଗଡ : ନୟାଗଡ ଜ଼ିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣା ଦେଲେ ଗାଁରୁ ବାସନ୍ଦ ହୋଇଥିବା ପରିବାର। ନୟାଗଡ ଜ଼ିଲ୍ଲା ରେ ମହାମାରୀ ଭଳି ବଢ଼ିବାରେ ଲାଗିଛି କଙ୍ଗାରୁ କୋର୍ଟ। ଗାଁରେ ବସୁଛି କଙ୍ଗାରୁ କୋର୍ଟ। ଖାପ ପଂଚାୟତ ନିଷ୍ପତି ଅନୁସାରେ ଦିଆଯାଉଛି ଦିଆଯାଉଛି ଅର୍ଥ ଦଣ୍ଡ ଓ ନିଆଁ ପାଣି ବାସନ୍ଦ। ନୟାଗଡ ଜ଼ିଲ୍ଲା ଟାଉନ ଥାନା ର ମୁକ୍ତାପୁର ଗାଁର ୧0 ପରିବାର ୫ ବର୍ଷ ହେବ ଗାଁରୁ ବାସନ୍ଦ ହୋଇ ରହିଛନ୍ତି। ସେହିଭଳି ପାଖା ପକ୍ଷୀ ୧୫ ପରିବାର ଗାଁରୁ ବାସନ୍ଦ ହୋଇ ରହିଛନ୍ତି। ବାରମ୍ବାର ଟାଉନ ଥାନା ଓ ଜ଼ିଲ୍ଲା ପ୍ରଶାସନ କୁ ଅଭିଯୋଗ କଲେ ମଧ୍ୟ କିଛି ଶୁଣୁ ନାଁହାନ୍ତି। ଏନେଇ ବାସନ୍ଦ ପରିବାର ଜ଼ିଲ୍ଲାପାଳ ଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ । ଜ଼ିଲ୍ଲା ପ୍ରଶାସନ ବାସନ୍ଦ ପରିବାର ସହିତ ଆଲୋଚନା କରିଥିଲେ। ପୋଲିସ ପ୍ରଶାସନ ଓ ଜ଼ିଲ୍ଲା ପ୍ରଶାସନ ମିଳିତ ଭାବେ ଗାଁ କୁ ଯିବେ। ସେଠାରେ ତଦନ୍ତ କରି ବେ ବୋଲି ଗ୍ରାମବାସୀ ପ୍ରତିଶୃତି ଦେଇଥିଲେ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ