ଭାରତୀୟ ଜନତା ପାର୍ଟୀର ସେବା ସଂକଳ୍ପ ଅଭିଯାନ

ଗାଇସିଲେଟ (କ ବ୍ୟୁ) :

ରକ୍ତ ଦାନ ମହା ପୁଣ୍ୟ l ଆମେ ଲୋକଙ୍କୁ ଯେତେ ସେବା କରିବା କିମ୍ବା ସାହାଯ୍ୟ କରିବା ଆମ ରକ୍ତରେ ଯଦି ଜଣକର ଜୀବନ ବଞ୍ଚିଲା ତେବେ ମହା ପୁଣ୍ୟ କାମ ହେଲା l ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ବସଷ୍ଟପ ୟୁଥ କ୍ଲବରେ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ସେବା ସଂକଳ୍ପ ଅଭିଯାନ ଉଦ୍ୟେଶ୍ୟରେ ରକ୍ତଦାନ ସେବା ଶିବିର ଗାଇସିଲେଟ ଓ ଗୁଦେରପାଲି ମଣ୍ଡଳ ତରଫରୁ ହୋଇଯାଇଛି l ବରଗଡ ସାଂସଦ ଶ୍ରୀ ପ୍ରଦୀପ କୁମାର ପୁରୋହିତଙ୍କ ଆତିଥ୍ୟରେ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରାଯାଇଥିଲା l ରକ୍ତଦାନର ଆରମ୍ଭରେ ବିଜେପୁ୍ର ବିଧାୟକ ନୋମିନି ଶ୍ରୀ ଆନନ୍ଦ କୁମାର ମାଟାରୀ ରକ୍ତ ସଂଗ୍ରରେ ଅବତୀର୍ଣ୍ଣ ହୋଇଥିଲେ lଏହି ଶିବିରରେ ସେବା ଭାରତୀ ରକ୍ତ କେନ୍ଦ୍ର ବରଗଡ, ଓଡିଶା ସହଯୋଗ କରିଛି l ଏହି କେନ୍ଦ୍ରରୁ ଶ୍ରୀବତ୍ସ ସେଠ, ରେବତୀକାନ୍ତ ସାହୁ, ଅମର୍ଜିତ ମହାନ୍ତି, କୃଷ୍ଣଚନ୍ଦ୍ର ସାହୁ ଆଦି ରକ୍ତ ସଂଗ୍ରହ ଯାନରେ ଆସି ପୁର୍ଣ ମାତ୍ରାରେ ସହଯୋଗ କରି ଇଛାଧୀନ ଲୋକମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଛନ୍ତି l ଅଂଚଳରୁ ସାଂସଦ ନୋମିନି ଶ୍ରୀ ସଞ୍ଜୟ କୁମାର ପୁରୋହିତ ଏହି ଶିବିରରେ ସହଯୋଗ କରି ରକ୍ତଦାତା ମାନଙ୍କୁ ବହୁ ପ୍ରଶଂସା କରିଥିଲେ l ଏହି ୟୁଥ କ୍ଲବ ପରିସରରେ ଶିବିର ହୋଇଥିବାରୁ ଅଞ୍ଚରୁ ବହୁତ ଲୋକ ଆସି ଯୋଗ ଦେଇଥିଲେ l ଶିବିରରେ ସତାବନ ଜଣ ସ୍ବେଛାକୃତ ରକ୍ତ ଦେଇ ଖୁସି ଅନୁଭବ କରିଥିଲେ ଓ ପ୍ରମାଣପତ୍ର ପାଇଁ ଖୁସି ହୋଇଥିଲେ lଏହି ଓଡିଶା ରକ୍ତକେନ୍ଦ୍ର ବରଗଡ ଆଜି ବିନା ଶୁଳ୍କରେ ରକ୍ତଦାନ କରି ବହୁ ମାତ୍ରାରେ ସୁନାମ ଅର୍ଜନ କରିଛି l ପୁନଃ ଗାଇସିଲେଟ ପରିସରରେ ଏହି ରକ୍ତଦାନ ଶିବିର ହେବାକୁ ଓଡିଶା ରକ୍ତ କେନ୍ଦ୍ର ବରଗଡଙ୍କ ସହି ଯୋଗାଯୋଗ କରିଛନ୍ତି l

(ଉପଖଣ୍ଡ ପଦ୍ମପୁରରୁ ଫକୀର ଦୀପ )

Leave a Reply

Your email address will not be published. Required fields are marked *