ଚଣ୍ଡିଖୋଲ,୨୬/୯(କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ଗତକାଲି ଓଡ଼ିଶା ବିଧାନ ସଭା ରେ ବଡଚଣା ବିଧାୟକ ଅମର ନାୟକ ଙ୍କ ପ୍ରଶ୍ନ ର ଉତ୍ତର ରେ ରାଜ୍ୟ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଖୁବ୍ ଶୀଘ୍ର ଚଣ୍ଡିଖୋଲ ଠାରେ ଅତ୍ୟାଧୁନିକ ଅଟଳ ବସ୍ ଷ୍ଟାଣ୍ଡ ନିର୍ମାଣ କରାଯିବ ବୋଲି କହିଛନ୍ତି। ତିନୋଟି ଜାତୀୟ ରାଜପଥ ର ସଙ୍ଗମ ସ୍ଥଳ ଚଣ୍ଡିଖୋଲ ଛକ ଦେଇ ଦୈନିକ ଓଡିଶାର ବିଭିନ୍ନ ପ୍ରାନ୍ତରୁ ସହ ସହ ଯାତ୍ରୀ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାତାୟାତ କରିଥାନ୍ତି ମାତ୍ର ଏଠାରେ ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଏହାକୁ ଆଖି ଆଗରେ ରଖି ଯାତ୍ରୀ ମାନଙ୍କ ଯିବା ଆସିବା କୁ ସୁବ୍ୟବସ୍ଥିତ କରିବା ପାଇଁ ଏଠାରେ ଅତ୍ୟାଧୁନିକ ଅଟଳ ବସ୍ ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ଶ୍ରୀ ଜେନା ବଡଚଣା ବିଧାୟକ ଅମର ନାୟକ ଙ୍କ ପ୍ରଶ୍ନ ର ଉତ୍ତର ରେ କହିଛନ୍ତି। ଏଥି ପାଇଁ ଖୁବ୍ ଶୀଘ୍ର ଟେଣ୍ଡର କରାଯାଇ କାମ ଆରମ୍ଭ କରାଯିବ ବୋଲି କହିଥିଲେ। ପ୍ରକାଶ ଥାଉ କି ଡିପି ଆର୍ ଆଧାରରେ ଚଣ୍ଡିଖୋଲ ରେ ପ୍ରସ୍ତୁତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଆଧାରରେ ୨୬କୋଟି ୬୦ଲକ୍ଷ ଟଙ୍କା ବ୍ୟୟ ବରାଦ ରେ ଚଳିତ ବର୍ଷ ଜୁନ୍ ୪ତାରିଖରେ ଟେଣ୍ଡର ଆହ୍ବାନ କରା ଯାଇଥିଲା ମାତ୍ର ପରବର୍ତ୍ତୀ ସମୟରେ ଏହି ଟେଣ୍ଡର କୁ ବାତିଲ କରାଯାଇଥିଲା। ମାତ୍ର ଗତକାଲି ବିଧାନସଭା ରେ ବିଭାଗୀୟ ମନ୍ତ୍ରୀ ଙ୍କ ଉତ୍ତରରେ ଅଟଳ ବସ୍ ଷ୍ଟାଣ୍ଡ ନିର୍ମାଣ ଉଜ୍ଜ୍ବଳ ହୋଇଛି। ଏହି ଅଟଳ ବସ୍ ଷ୍ଟାଣ୍ଡ ଟି ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ ସହିତ ଇଭି ଚାର୍ଜିଂ, ସୋଲାର ଚାର୍ଯିଂ, ଅତ୍ୟାଧୁନିକ ଶୌଚାଳୟ, ଯାତ୍ରୀ ବିଶ୍ରାମା ଗାର, ପାର୍କିଂ, ସ୍ୱୟଂ ଚାଳିତ ଟ୍ରାଫିକ ବ୍ୟବସ୍ଥା, ସହିତ ବ୍ୟବସ୍ଥିତ ଢଙ୍ଗରେ ବସ୍ ଚଳାଚଳ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ରହିବ। ଚଣ୍ଡିଖୋଲ ବାସୀ ଙ୍କ ଦୀର୍ଘ ଦିନ ର ଦାବୀ ପୂରଣ କରିବାକୁ ଯାଉଥିବାରୁ ବଡଚଣା ବିକାଶରେ ଆଉ ଏକ ନୂଆ ପୃଷ୍ଠା ଯୋଡି ହେଲା। ଏଥିପାଇଁ ଚଣ୍ଡିଖୋଲ ଅଂଚଳର ସମସ୍ତ ଜନସାଧାରଣ ବିଧାୟକ ଅମର ନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି।