


ରାଜଗାଙ୍ଗପୁର (କ.ବ୍ୟୁ.) : ୨୦ ସେପ୍ଟେମ୍ବର ୨୦୨୬ ରବିବାର ଅପରାହ୍ନ ୪ ଘଟିକା ସମୟରେ ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁକୁଡା ପଞ୍ଚାୟତ କାର୍ଯ୍ୟାଳୟରେ, ମହିଳା ଜୁନିୟର ହକି ଏସିଆ କପ-୨୦୨୬ରେ ଚାଇନାକୁ ପରାସ୍ତ କରି ସ୍ୱର୍ଣ୍ଣପଦକ ଜିତିବା ପରେ କୁକୁଡା ଗ୍ରାମର ଦୁଇ ଝିଅଙ୍କ ଐତିହାସିକ ବିଜୟ ପରେ, ଚାମ୍ପିଅନ ଝିଅ ପୂଜା ସାହୁ ଏବଂ ତନୁଜା ଟପୋଙ୍କୁ ଉତରୀୟ ଓ ମାଲ୍ୟାର୍ପଣ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେମାନଙ୍କ ବିଜୟକୁ ପାଳନ କରିବା ପାଇଁ, ବିହାବନ୍ଧ ଛକରୁ କୁକୁଡା ପଞ୍ଚାୟତ କାର୍ଯ୍ୟାଳୟ ପରିସର ପର୍ଯ୍ୟନ୍ତ ଏକ ବିଜୟ ରାଲି ବାହାରିଥିଲା, ଯେଉଁଥିରେ ଶହ ଶହ ପ୍ରଶଂସକ ବିଜୟୀ ଝିଅମାନଙ୍କୁ ମାଳା ଏବଂ ପୁଷ୍ପଗୁଚ୍ଛ, ପ୍ରଦାନ କରି ନୃତ୍ୟ ଏବଂ ପାରମ୍ପରିକ ଢୋଲ ସହିତ ସ୍ୱାଗତ କରିଥିଲେ। ଝିଅମାନଙ୍କ ବିଜୟକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଯାଇଥିଲା ଏବଂ ସେମାନେ ଏପରି ଖେଳ ଜାରି ରଖିବା ଏବଂ ସେମାନଙ୍କ ଗ୍ରାମ ଏବଂ ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାକୁ ଗୌରବ ଆଣିବା ପାଇଁ ଶୁଭେଚ୍ଛା ଦିଆଯାଇଥିଲ
ଯୁଧିଷ୍ଠିର ନାୟକଙ୍କ ନେତୃତ୍ୱରେ ଉକ୍ତ ସ୍ୱାଗତ ସମାରୋହ ଆୟୋଜିତ କରାଯାଇଥିଲା ଏହି ସ୍ୱାଗତ ସମାରୋହରେ କୁକୁଡା ପଞ୍ଚାୟତ ସରପଞ୍ଚ ରିଲା ସୁଶୀଳା ଟପ୍ପୋ, ସିପ୍ରିଆନ୍ ଟପ୍ପୋ, କ୍ରିଷ୍ଟୋଫର କେରକେଟ୍ଟାଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ରହିଥିଲେ।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )