ଶ୍ରୀ ଜଗନ୍ନାଥ ଦର୍ଶନ ଯାତ୍ରା

କୋରାପୁଟ- ତା. 20.09.2026 ରିଖ ଶ୍ରୀ ଜଗନ୍ନାଥ ଦର୍ଶନ ଯାତ୍ରାର ଶୁଭାରମ୍ଭ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛଙ୍କ ଦ୍ୱାରା କୋରାପୁଟ ନିକଟସ୍ଥ ସଂସ୍କୃତି କାର୍ଯ୍ୟାଳୟରେ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ଦ୍ୱାରା ଅଭାଷୀ ମାଧ୍ୟମରେ ହଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସମ୍ମାନୀୟ ଅତିଥି ଭାବେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବୱାନ ମହାଜନ, ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ତପନ କୁମାର ନାଏକ ଯୋଗଦାନ କରିଥିଲେ। ଏହି ଯାତ୍ରାରେ କୋରାପୁଟ ଜିଲ୍ଲାର କୋରାପୁଟ ପୌରପରିଷଦ, ଜୟପୁର ପୌରପରିଷଦ, ସୁନାବେଡା ପୌରପରିଷଦ, କୋରାପୁଟ ବ୍ଲକ ଏବଂ ସେମିଲିଗୁଡା ବ୍ଲକ ରୁ 210 ଜଣପ୍ରଥମ ପର୍ଯ୍ୟାୟ ରେ ଶ୍ରୀକ୍ଷେତ୍ର ପୁରୀକୁ ତୀର୍ଥ ଯାତ୍ରା ଗସ୍ତ କରୁଛନ୍ତି।
ସର୍ବ ପ୍ରଥମେ ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କୁ କିଛି କିଛି ଜରୁରୀ ଔଷଧ ଏବଂ ତୀର୍ଥ ଯାତ୍ରା ପାଇଁ ବ୍ୟାଗ ପ୍ରଦାନ କରାଯାଇଥିଲା। କୋରାପୁଟ ବିଧାୟକ ଶ୍ରୀ ମାଛ ଏବଂ ଜିଲ୍ଲାପାଳ କୋରାପୁଟ ଯୋଗଦାନ କରି ସମସ୍ତ ତୀର୍ଥ ଯାତ୍ରୀଙ୍କୁ ଉତ୍ସାହିତ କରିଥିଲେ ଏବଂ ସେମାନଙ୍କୁ ଶୁଭ ଯାତ୍ରାପାଇଁ କାମନା କରିଥିଲେ।

ଆଜି ଅପରାହ୍ନ 4.00 ଟା ସମୟରେ ବସ୍ ରେ ପୁରୀ କୁ ଗସ୍ତ କଲେ ଏବଂ କାଲି ସକାଳ 8.00 ରେ ପୁରୀ ରେ ପହଂଚି ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ପରେ ପୁଣି ସନ୍ଧ୍ୟା ରେ ପୁରୀରୁ କୋରାପୁଟ କୁ ଆସିବେ।

ଏହି କାର୍ଯ୍ୟକ୍ରମକୁ ଶ୍ରୀ ସୌରଭ ରଞ୍ଜନ ବାଗ, ପର୍ଯ୍ୟଟନ ଉନ୍ନୟନ ଅଧିକାରୀ, କୋରାପୁଟ, ଶ୍ରୀ ମନରଞ୍ଜନ ନାୟକ କନିଷ୍ଠ ସହାୟକ, ପର୍ଯ୍ୟଟନ ବିଭାଗ ର କର୍ମକର୍ତ୍ତା, ଶ୍ରୀ ଜଗନ୍ନାଥ ନାୟକ ଏବଂ ଜିଲ୍ଲା ପ୍ରଶାସନର ସଦସ୍ୟମାନେ ଆୟୋଜନ କରିଥିଲେ।

Leave a Reply

Your email address will not be published. Required fields are marked *