କଟକ : ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ପ୍ରିୟା ଫାଉଣ୍ଡେସନ ପକ୍ଷରୁ ସବୁ ବର୍ଷ ପରି ଚଳିତ ବର୍ଷ ପବିତ୍ର ଶ୍ରାବଣ ମାସ ଉପଲକ୍ଷେ ପବିତ୍ର ମହାନଦୀର ଗଡ଼ଗଡ଼ିଆ ଘାଟରୁ ଜଳ ଉତ୍ତୋଳନ କରି କାନ୍ଧରେ ପାଣି ଭାର ନେଇ ଖାଲି ପାଦରେ ଚାଲି ଚାଲି ପ୍ରଭୁ ଧବଳେଶ୍ଵରଙ୍କୁ ଜଳ ଲାଗି କରିବାକୁ ଯାଉଥିବା ବୋଲବମ ଭକ୍ତଙ୍କ ପାଇଁ ଚହଟା ଠାରେ ଏକ ବୋଲବମ ସେବା ଶିବିର ଖୋଲାଯାଇ ବୋଲବମ ଭକ୍ତ ମାନଙ୍କୁ ଖାଦ୍ୟ, ପାନୀୟଜଳ,ଚାହା ଯୋଗାଇ ଦେବା ସହ ସେବା କାର୍ଯ୍ୟକ୍ରମ ପ୍ରଦାନ କରାଯାଇଥିଲା। ଉକ୍ତ ବୋଲବମ ସେବା ଶିବିରକୁ ପ୍ରିୟା ଫାଉଣ୍ଡେସନର ଫାଉଣ୍ଡର ପ୍ରିୟା ମହାପାତ୍ର, ଆଡଭୋକେଟ କହ୍ନେଇ ପଣ୍ଡା,ସାରା ଖାନ,ରାଜ କିଶୋର ଦାସ, ଲକ୍ଷ୍ମୀ ପ୍ରିୟା ମିଶ୍ର, ଇନ୍ଦୁ ଲେଖା ସାହାଣୀ,ବାବୁଲି ସାମଲ, ସ୍ୱର୍ଣ୍ଣ ଲତା ମିଶ୍ର,ନଳିନୀ କର ପ୍ରମୁଖ ସେବା ଶିବିରକୁ ପରିଚାଳନା କରିଥିଲେ। ସାମାଜିକ ସଂଗଠନ ପ୍ରିୟା ଫାଉଣ୍ଡେସନର ଏତାଦୃଶ ସେବା କାର୍ଯ୍ୟକୁ ଭକ୍ତ, ଶ୍ରଦ୍ଧାଳୁ ଏବଂ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଥିଲା।