
ବାରିପଦା/ଉଦଳା(କ: ବ୍ଯୁ) ତା୨୪/୦୮/୨୦୨୪ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଙ୍ଗଠନିକ ସମ୍ପାଦକ ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିଥିବା ଲଳିତ କୁମାର ବେହେରାଙ୍କୁ ଉଦଳା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
ଏହି ଅବସରରେ ଆୟୋଜିତ ସଭାରେ ବ୍ଲକ ସଂଘର ସଭାପତି ଅନ୍ତର୍ଯ୍ୟାମୀ ବେହେରା ସଭାପତିତ୍ୱ କରିଥିଲେ। ସଂଘର ଉପଦେଷ୍ଟା ଆରତ କୁମାର ପରିଡା ନୂତନ ଦାୟିତ୍ୱ ପାଇଥିବା ଲଳିତ କୁମାର ବେହେରାଙ୍କୁ ଦିଗଦର୍ଶନ ପ୍ରଦାନ କରିବା ସହ ଶିକ୍ଷକ ସମୂହଙ୍କ ସ୍ୱାର୍ଥ ହାସଲ ଓ ସମସ୍ୟା ସମାଧାନ ଦିଗରେ ସଦାସର୍ବଦା ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।
ଏହି ସଭାରେ ବ୍ଲକ ସଂଘର ଉପସଭାପତି ମାଳତି ବେହେରା, କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତ, ସଂଘର ଅନ୍ୟତମ ଉପଦେଷ୍ଟା ପ୍ରମୋଦ କୁମାର ମହାନ୍ତି, ସମୀକ୍ଷକ ମିନାକ୍ଷୀ ପାଲ, କୋଷାଧ୍ୟକ୍ଷ ମିନାକ୍ଷୀ ମିଶ୍ରଙ୍କ ସମେତ ସଂଘର ସକ୍ରିୟ ସଦସ୍ୟ ଦୁର୍ଯ୍ୟୋଧନ ଦଳେଇ, ଇନ୍ଦିରା ପ୍ରିୟଦର୍ଶିନୀ ସାମଲ, ବନ୍ଦିତା ଚୌଧୁରୀ ଏବଂ ସାମ୍ବାଦିକ କୃଷ୍ଣ ଚନ୍ଦ୍ର ସାଦୁଆଳ ପ୍ରମୁଖ ଉପସ୍ଥିତ ଥିଲେ।
ନୂତନ ଦାୟିତ୍ୱ ପାଇଥିବା ଲଳିତ କୁମାର ବେହେରାଙ୍କ ନେତୃତ୍ୱରେ ଜିଲ୍ଲାର ଶିକ୍ଷକ ସମାଜର ସ୍ୱାର୍ଥ ଓ ଅଧିକାର ପାଇଁ ସଂଘ ଆହୁରି ସୁଦୃଢ଼ ଭାବେ କାର୍ଯ୍ୟ କରିବ ବୋଲି ସଭାରେ ଆଶା ପ୍ରକାଶ ପାଇଥିଲା।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)