
ପାରାଦୀପ : ଜଗତସିଂହପୁର ଜିଲ୍ଲାରେ ଅବକାରୀ ବିଭାଗ ପକ୍ଷରୁ ନିଶା କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଆଜି ଏକ ନିର୍ଭରଯୋଗ୍ୟ ସୂଚନା ପାଇବା ପରେ ତିର୍ତ୍ତୋଲ ଅବକାରୀ ଥାନା ତରଫରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସରଳା ରୋଡ୍ ଛକ ନିକଟରେ ହଠାତ୍ ଏକ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ସମୟରେ ଅବକାରୀ ଅଧିକାରୀମାନେ ବେଆଇନ ନିଶା କାରବାରର ଏକ ବଡ଼ ନେଟୱର୍କକୁ ଠାବ କରିବାରେ ସଫଳ ହୋଇଛନ୍ତି।ମାମଲା ରୁଜୁ ଏବଂ ଜବତ ହୋଇଥିବା ସାମଗ୍ରୀ:
ଚଢ଼ଉ ସମୟରେ ଘଟଣାସ୍ଥଳରୁ ଏକ ଏନ୍.ଡି.ପି.ଏସ୍. (NDPS) ମାମଲା ରୁଜୁ କରାଯାଇଛି। ଅବକାରୀ ଟିମ୍ ସେଠାରୁ ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ନିଶାଦ୍ରବ୍ୟ ଜବତ କରିଛନ୍ତି। ଜବତ ହୋଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ରହିଛି: ୮ କେଜି, ଗଞ୍ଜେଇ ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୮୦,୦୦୦/- ଟଙ୍କା ହେବ।
ଗୋଟିଏ ମୋବାଇଲ୍ ଫୋନ୍: ଏହା ଆଣ୍ଡ୍ରଏଡ୍ ମୋବାାଇଲ୍ ଫୋନ୍, ଯାହାକୁ ଅପରାଧିକ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଥିଲା। ତାଙ୍କ ପାଖରୁ ନଗଦ ୭୨,୦୦୦/- ଟଙ୍କା, ଯାହା ଗଞ୍ଜା ବିକ୍ରି କରି ଅର୍ଜନ କରାଯାଇଥିଲା।ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ଅଭିଯୁକ୍ତକୁ ପୋଲିସ କାବୁ କରିବାରେ ସଫଳ ହୋଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ତେଣୁଳିପଦା ଗ୍ରାମର ବସନ୍ତ ସୁତାର ଓରଫ ବବିନା। ତାଙ୍କୁ ଘଟଣାସ୍ଥଳରୁ ଗିରଫ କରାଯିବା ପରେ ଆଇନଗତ ପ୍ରକ୍ରିୟା ଶେଷ କରାଯାଇ ମାନ୍ୟବର କୋର୍ଟଙ୍କୁ ଚାଲାଣ କରାଯାଇଛି। ଏହି ଅଞ୍ଚଳରେ ନିଶା କାରବାରକୁ ସମ୍ପୂର୍ଣ୍ଣ, ଭାବେ ଦମନ କରିବା ପାଇଁ ଏଭଳି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
ଚଢ଼ଉରେ ଅଂଶଗ୍ରହଣ କରିଥିବା
ଏହି ସଫଳ ଚଢ଼ଉ ପଛରେ ତିର୍ତ୍ତୋଲ ଅବକାରୀ ଥାନାର କର୍ମଚାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି: ତିର୍ତ୍ତୋଲ ଅବକାରୀ ବିଭାଗ ଥାନା ଅଧିକାରୀ ଶ୍ରୀ ରବୀନ୍ଦ୍ର ବେହେରା, ଏ ଏସ ଆଇ ପିଙ୍କି ରଞ୍ଜନ ରାଉତ ରାୟ, କନେଷ୍ଟ ବଳ ଦୀନବନ୍ଧୁ ସେଠୀ, ମହିଳା ଅବକାରୀ କନେଷ୍ଟ ବଳ ଙ୍କ ଉପସ୍ଥିତିରେ ଏହି ଦୃର୍ବୁତ୍ତ ମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ