ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହି ବସ, ୧୫ ରୁ ଉର୍ଦ୍ଧ ଯାତ୍ରୀ ଆହାତ


ନୟାଗଡ : ନୟାଗଡ ସହର ବାଇପାସ୍ ର ପଣ୍ଡୁସର ଏବଂ ଇଟାମାଟି ମଧ୍ୟସ୍ଥଳରେ ରାସ୍ତା କଡକୁ ଓଲଟିଲା ବସ୍ । ଓମ୍ ଚକାଡୋଳା ବସଟି ଦାରିଙ୍ଗବାଡ଼ିରୁ ଭୂବନେଶ୍ବର ଯାଉଥିବାବେଳେ ରାତି ପ୍ରାୟ ୩ଟା ସମୟରେ ରାସ୍ତାରେ ରହିଥିବା ସିମେଣ୍ଟ ବାରିକେଡକୁ ଧକ୍କା ଦେଇ ରାସ୍ତାକଡକୁ ପ୍ରାୟ ୩୦ଫୁଟ ତଳକୁ ଖସିଯାଇଛି । ଗାଡିଟି ଗୋଟିଏ ପଲଟା ଦେଇଥିବା ଅନୁମାନ କରାଯାଉଛି । ଗାଡିରେ ୪୦ରୁ ଅଧିକ ଯାତ୍ରୀ ରହିଥିବାବେଳେ ସେଥିମଧ୍ଯରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଡ୍ରାଇଭର୍ ସମେତ ୩ ଗୁରୁତରଙ୍କୁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି । ଗାଡିଟି ଦୃତଗତିରେ ଆସୁଥିଲା ଏବଂ ଡ୍ରାଇଭରର ଆଖି ପଡିଯିବାରୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଥିବାବେଳେ ଦୁଇଟି ବାଇକ୍ ସାଇଡ୍ ମାରିବାରୁ ସେମାନଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣା ହେଲା ବୋଲି ଡ୍ରାଇଭର୍ କହିଛନ୍ତି । ଦୁର୍ଘଟଣା ପରେ କିଛି ଯାତ୍ରୀ କାଚ ଭାଙ୍ଗି ବାହାରକୁ ଆସିଥିଲେ । ପରେ ଫାୟାର କର୍ମଚାରୀ ଏବଂ ଇଟାମାଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ନୟାଗଡ ମେଡିକାଲକୁ ନେଇଥିଲେ ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *