
ଚଣ୍ଡିଖୋଲ ୧୫/୦୮(କ.ଵ୍ୟୁ)(ପ୍ରଶାନ୍ତ ଜେନାଙ୍କ ରିପୋର୍ଟ)
୮୦ ତମ ସ୍ଵାଧିନତା ଦିବସ ଅବସରରେ ଅଭୟପୁର ସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ” ଲୋକ ବିକାଶ ପକ୍ଷରୁ “ସ୍ଵାଧୀନତା, ସମାନତା ଓ ସମ୍ବିଧାନ” ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛିlପ୍ରଥମେ ଜାତୀୟ ଗୀତ ଗାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା.ସଂଗଠନର କାର୍ଯ୍ୟକ୍ରମ ସଂଯୋଜକ ଆଇନଜୀବୀ ଦିଲ୍ଲିପ କୁମାର ରାଉତଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମରେ ବାବା ଭୈରବାନନ୍ଦ ମହାବିଦ୍ଯାଳୟ ଚଣ୍ଡିଖୋଲ, ମହାପୁରୁଷ ବନମାଳୀ ମହାବିଦ୍ୟାଳୟ,ସାଇଲିପଡା ଓ ବଡଚଣା ମହିଳା ମହାବିଦ୍ୟାଳୟ, ବଡଚଣାର ବହୁ ଛାତ୍ରଛାତ୍ରୀ, ଅଧ୍ୟାପିକା ଓ ଅଧ୍ୟାପକ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ. ସଂଗଠନର ସଂପାଦକ ସେକ୍ ଅବଦୁଲ ସଫିକ୍ ଅତିଥି ପରିଚୟ ସହ ସମ୍ବିଧାନ, ସମାନତା ଓ ସ୍ବାଧୀନତା ବିଷୟରେ ଆଲୋକପାତ କରିଥି ବାବେଳେ,ଅଧ୍ୟାପକ ବିଜୟ କେତନ ସାମଲ,ଶଲିଳ ରାଜନନ୍ଦନ ମହାନ୍ତି,ଦିଲ୍ଲୀପ୍ ନାୟକ, ଓମ୍ ପ୍ରକାଶ ସାହୁ, ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନ ସଭାପତି ଦେବରାଜ ବେହେରା, ରେଡ଼ିଓ ସ୍ବରାଜର କେନ୍ଦ୍ର ନିର୍ଦେଶକ କୁର୍ସୀଦା ବେଗମ୍, ସ୍ବୟଂ ସହାୟକ ଗୋଷ୍ଠୀ ବଡଚଣା ଫେଡ଼ରସନ ସଭାପତି ପୁଷ୍ପ ଲତା ନାଥ,ଅନିତା ସାହୁ,ହରିହର ନାୟକ,ନାରାୟଣ ଖଟୁଆ, ଆମ୍ବେଦକର ବିଚାର ମଂଚ ରାଜ୍ୟ ସଭାପତି ସଂଗ୍ରାମ ମଲ୍ଲିକ ଓ ଅବସରପ୍ରାପ୍ତ ଅଧକ୍ଷ ଡ. ସୁରେନ୍ଦ୍ର ନାଥ ପଣ୍ଡା ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ଦେଶର ସ୍ୱାଧୀନତା ଆଣିବା ପାଇଁ ଯେଉଁ ମନୀଷୀମାନେ ସେମାନଙ୍କ ସେବା, ତ୍ୟାଗ ତିତିକ୍ଷା, ଜୀବନ ଉତ୍ସର୍ଗ କରିଥିଲେ ସେମାନଙ୍କ ଜୀବନlଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ସାମ୍ପ୍ରତିକ ସ୍ଥିତିରେ ସମାନତା ଓ ସମ୍ବିଧାନ ତଥା ବିଧିବ୍ଯବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେl ଶେଷରେ କାର୍ଯ୍ୟକାରୀ ସଦସ୍ୟ ଅଭିମନ୍ୟୁ ସେଠି ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ତପନ କୁମାର ବେହେରା,ପ୍ରଫୁଲ୍ଲ ନାୟକ, ଉଦୟନାଥ ଜଟ ପ୍ରମୂଖ ସହଯୋଗ କରିଥିଲେ l ଶେଷରେ ଜlତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।