ରୋଟାରୀ ପାରାମେଡିକାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ରେ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ


ବାରିପଦା/ଉଦଳା(କ: ବ୍ଯୁ) ,ତା୧୭/୦୮/୨୦୨୬: ଉଦଳାସ୍ଥିତ ରୋଟାରୀ ପାରାମେଡିକାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ ଆଜି ସକାଳ ୧୦ଟା ସମୟରେ ଆନନ୍ଦ ଓ ଉତ୍ସାହର ସହିତ ଡିଏମଏଲଟି କଲେଜ ରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଉଦଳା ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ଡା. ମୀନାକେତନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବାଗତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ଶୃଙ୍ଖଳା ଓ ମାନବିକତାର ମହତ୍ତ୍ୱ ବୁଝାଇଥିଲେ। ସେ କହିଥିଲେ ଯେ, ପାରାମେଡିକାଲ୍ ଶିକ୍ଷା କେବଳ ଏକ ଚାକିରି ପାଇବାର ମାଧ୍ୟମ ନୁହେଁ; ଏହା ମାନବ ସେବାର ଏକ ମହାନ ସୁଯୋଗ। ଛାତ୍ରଛାତ୍ରୀମାନେ ମନ ଦେଇ ପାଠ ପଢ଼ି ଦକ୍ଷ ହେବା ସହିତ ଭଲ ମଣିଷ ହୋଇ ରୋଗୀ ଓ ସମାଜର ଆବଶ୍ୟକତାରେ ଥିବା ଲୋକଙ୍କ ସେବା କରିବାକୁ ସେ ଆହ୍ୱାନ ଦେଇଥିଲେ।କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ମନୋଜ କୁମାର ଶତପଥୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରି ନିଷ୍ଠା, ପରିଶ୍ରମ ଓ ଶୃଙ୍ଖଳାର ସହିତ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ।ରୋଟାରୀ କ୍ଲବ୍‌ର ସଭାପତି ଅଜୟ କୁମାର ବେହେରା ସ୍ୱାଗତ ସମାରୋହର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ରୋଟାରୀ କ୍ଲବ୍‌ର ଚେୟାରମ୍ୟାନ୍ ରୋଟାରିଆନ୍ ସୁବାସ ଚନ୍ଦ୍ର ପଣ୍ଡା ଏବଂ ସେକ୍ରେଟାରୀ ପ୍ରହଲ୍ଲାଦ କୁମାର ଦାସ ମଞ୍ଚାସୀନ ଥିଲେ। ପ୍ରଜ୍ଞା ପରମିତା ପୋଥାଳ ମଞ୍ଚ ପରିଚାଳନା କରି ଥିଲେ.ନୂତନ ଛାତ୍ରଛାତ୍ରୀମାନେ ଏହି ସ୍ୱାଗତ ସମାରୋହରେ ଉତ୍ସାହର ସହିତ ଯୋଗଦେଇ ନିଜର ନୂତନ ଶିକ୍ଷାଜୀବନ ଆରମ୍ଭ କରିଥିଲେ।ଅନୁଷ୍ଠାନର ପକ୍ଷରୁ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳ ଶିକ୍ଷାଜୀବନ କାମନା କରାଯାଇଥିଲା।
ନିର୍ଦେଶକ ତଥା ରୋଟାରି ସେବା ଅଧ୍ୟକ ରୋ. ଅଶୋକ କୁମାର ମହାନ୍ତି ଙ୍କ ତତ୍ୱାବଧାନ ରେ ଉକ୍ତ କାର୍ଯ୍ୟ କ୍ରମକୁ ପ୍ରଶାନ୍ତ କୁମାର ସେନ କ୍ଷିତୀଶ ଚନ୍ଦ୍ର ପୁଥାଳ, ଗମ୍ହା ମାଝୀ, ଅଞ୍ଜଳି ମହାନ୍ତି, . ଚିତ ରଞ୍ଜନ ଵାରିକ, ବ୍ରହମାନନ୍ଦ ନାୟକ. ପ୍ରତାପ ମହାନ୍ତି. ପୂର୍ଣ୍ଣ ଚନ୍ଦ୍ର ସାହୁ, ଦୋଳମଣୀ ପୁହାଣ, ପ୍ରେମଲତା ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ, ପ୍ରଜ୍ଞା ବାରିକ ଓ ସମାପିକା ବେହେରା ଆଦି ସହଯୋଗ କରି ଥିଲେ.ଶେଷରେ ରୋଟାରିଆନ୍ ରାଜଲକ୍ଷ୍ମୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ସମଗ୍ର କାର୍ଯ୍ୟକ୍ରମଟି ନବାଗତ ଛାତ୍ରଛାତ୍ରୀଙ୍କ ମନରେ ନୂତନ ଉତ୍ସାହ, ଆତ୍ମବିଶ୍ୱାସ ଓ ସେବା ମନୋଭାବ ସୃଷ୍ଟି କରିଥିଲା।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *