କଟକ ଶକ୍ତି ନଗର କଂଗ୍ରେସ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ — କଂଗ୍ରେସ ରେ ମିଶିଲେ କଟକ ସହରର ବହୁ ବିଜେପି ଓ ବିଜେଡି ନେତା



କଟକ: ତା ୧୭/୦୮ : କଟକ ସହରରେ ଦିନକୁ ଦିନ ମଜବୁତ୍ ହେଉଛି କଂଗ୍ରେସ ସଂଗଠନ ।କଟକ ଚୌଦ୍ୱାର ଓ କଟକ ସଦର ନିର୍ବାଚନ ମଣ୍ଡଳୀ ରୁ ବହୁ ବିଜେପି ଓ ବିଜେଡି ନେତା ଓ କର୍ମୀ କଟକ ଶକ୍ତି ନଗର କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବ ରେ ସାମିଲ ହୋଇଥିଲେ। ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ ସେମାନଙ୍କୁ କଂଗ୍ରେସ ଦଳୀୟ ଉତ୍ତରୀ ଓ ପୁଷ୍ପ ମାଲ୍ୟ ଦେଇ କଂଗ୍ରେସ ଦଳରେ ସାମିଲ କରିଥିଲେ ।ବିଶେଷ କରି କଟକ ମହାନଗର ନିଗମ ୩୬ନଂ ୱାର୍ଡ ର ପୂର୍ବତନ କର୍ପୋରେଟର ତଥା ବରିଷ୍ଠ ବିଜେପି ନେତ୍ରୀ ସରସ୍ୱତୀ ବାରିକ୍ ଓ ଅମରେନ୍ଦ୍ର ରଥ ତାଙ୍କର ବହୁ ସଂଖ୍ୟାରେ ସମର୍ଥକ ଓ ସହଯୋଗୀ କଂଗ୍ରେସ ଦଳରେ ସାମିଲ ହେବାସହ କଟକ ମହାନଗର ନିଗମ ୫୧ନଂ ୱାର୍ଡ ର ଯୁବନେତା ସ୍ୱପ୍ନ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ,ବହୁ ସଂଖ୍ୟାରେ ବିଜୁ ଜନତା ଦଳର ବହୁ ସମର୍ଥକ ଯୁବକ ମାନେ କଂଗ୍ରେସ ରେ ସାମିଲ ହୋଇଥିଲେ ।ସମସ୍ତକୁ କଂଗ୍ରେସ ଦଳରେ ସାମିଲ କରି ଶୃଙ୍ଖଳିତ ଭାବରେ ଏକଜୁଟ ହୋଇ କାମ କରିବା ସହ ଦଳୀୟ ସଂଗଠନକୁ ମଜବୁତ୍ କରିବାକୁ ଆହ୍ବାନ ଦେଇଥିଲେ ଶ୍ରୀ ଚୌଧୁରୀ ।ଏହି ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଥିବା ସମସ୍ତ ଙ୍କୁ ଦଳରେ ସ୍ୱାଗତ କରିବା ସହ ଆଗାମୀ ଦିନରେ କଟକ ସହରରେ ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ଚୌଧୁରୀ କହିଥିଲେ । ନୂତନ ଭାବେ ଦଳରେ ସାମିଲ ହୋଇଥିବା ନେତୃବୃନ୍ଦ ମାନେ ତାଙ୍କୁ କଂଗ୍ରେସ ଦଳ ସମ୍ମାନର ସହ ଗ୍ରହଣ କରିଥିବାରୁ କଂଗ୍ରେସ ନେତା ତଥା ପ୍ରାକ୍ତନ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଙ୍କୁ କୃତଜ୍ଞତା ଜଣାଇଥିଲେ ଓ ଦଳପାଇଁ ନିଷ୍ଠାର ସହ କାମ କରିବେ ବୋଲି ଘୋଷଣା କରିଥିଲେ ।ଏହି ମିଶ୍ରଣ ପର୍ବରେ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ସେମାନେ ହେଲେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରିତିଛନ୍ଦା କୈବଲ୍ୟ ନାୟକ,ନଗର ଯୁବ କଂଗ୍ରେସ ସଭାପତି ଡ଼. ବିପ୍ଳବ ଶିଳାଦିତ୍ୟ କର୍ପୋରେଟର ସନ୍ତୋଷ ଭୋଳ, ଜେ.କାମେଶ୍ଵର ରାଓ,ବଟକୃଷ୍ଣ ସାହୁ,ଓ ଶୁଭାଶିଷ ପଟ୍ଟନାୟକ, ଜିଲ୍ଲା କଂଗ୍ରେସର ପ୍ରାକ୍ତନ କୋଷାଧ୍ୟକ୍ଷ ଚତୁର୍ଭୁଜ ସାହାଣୀ,ଜିଲ୍ଲା କଂଗ୍ରେସ ଉପସଭାପତି ରାମ ଚନ୍ଦ୍ର ଗୋଚ୍ଛାୟତ ଓ ମନୋଜ ବିଶ୍ୱାଳ,ପୂର୍ବତନ କର୍ପୋରେଟର ପ୍ରଶାନ୍ତ ଭୋଇ,ହିମାଂଶୁ ରାଉତ୍,ନଗର କଂଗ୍ରେସ ପ୍ରାକ୍ତନ ସାଧାରଣ ସଂପାଦକ ନିର୍ମଳ ସ୍ୱାଇଁ,ଜିଲ୍ଲା କଂଗ୍ରେସ ଉପସଭାପତି ଶିଶିର ରଥ ଓ ରାଜେଶ୍ ସ୍ୱାଇଁ, କଂଗ୍ରେସ ମୁଖପାତ୍ର ମାନସ ପରିଡ଼ା,ସଦର ବ୍ଲକ୍ କଂଗ୍ରେସ ସଭାପତି ସୀତାକାନ୍ତ ପଣ୍ଡା,ଚୌଦ୍ୱାର ନଗର କଂଗ୍ରେସ ସଭାପତି ହରିହର ପରିଡ଼ା,କଂଗ୍ରେସ ନେତା ଦିଲ୍ଲୀପ ମହାନ୍ତି,ପିସିସି ସଭ୍ୟ ରାଜୀବ ମହାନ୍ତି,ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଉଗ୍ରସେନ ଭୂୟାଁ,ଙ୍କ ସମେତ ନିହାର ରଞ୍ଜନ ନନ୍ଦ,ରାଜ ସିକନ ସ୍ୱାଇଁ,ଇଲୁ ସିଂହ,ଶରତ ଚନ୍ଦ୍ର ଦାସ, ଆଶିଷ କୁମାର ବର୍ମନ, କୃଷ୍ଣଚନ୍ଦ୍ର ଭୋଇ,ନାରୀନେତ୍ରୀ ମମତା ସିଂହ,ନିରୁପମା ଦାସ,ରଜନୀ ବସ୍ତିଆ, ଜୟନାରାୟଣ ତ୍ରୀପାଠୀ, ମହମ୍ମଦ କାସିମ୍,ନଜମେର ହୁସେନ ଖାନ୍,ୠଷି କାଣ୍ଡି, ପ୍ରଦ୍ୟୁମ୍ନ କୁମାର ଓଝା,ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ରାଉତ୍,ତ୍ରିଲୋଚନ ଭୋଇ,ଭାନୁମତୀ ସାହୁ, ପ୍ରମୁଖ ଯୋଗଦେଇ ଥିଲେ ।

Leave a Reply

Your email address will not be published. Required fields are marked *