“ମୟୂରଭଞ୍ଜ ଜିଲ୍ଲା ପୁଲିସ ତରଫରୁ ସ୍ବତନ୍ତ୍ର ସାଇବର ସଚେତନତା ଶିବିର”


ବାରିପଦା(କ: ବ୍ଯୁ)ତା୧୨/୦୮/୨୦୨୬ ମ‌ହାବିଦ୍ଯାଳୟ ଓ ବିଦ୍ୟାଳୟର ଛାତ୍ର‌ ଛାତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ସାଇବର ସଚେତନତ‌ କରିବାପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଲ ଶ୍ରୀଯୁକ୍ତ ବରୁଣ ଗୁଣ୍ଠୁପଲ୍ଲୀଙ୍କ ନିର୍ଦ୍ଦଜଶରେ ଓ ମୟୂରଭଞ୍ଜ ଜିଲ୍ଲା ପୂଲିସ୍ ଆନୁକୁଲ୍ୟରେ ଜିଲ୍ଲାର ବିଭିନ୍ନ
ଥାନା ପକ୍ଷରୁ ପ୍ରାର୍ଥମିକ ବିଦ୍ଯାଳୟଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ବୁଧବାର ଦିନ ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମୟୂରଭଞ୍ଜ ସାଇବର ପୁଲୀସ୍ ଥାନା ପକ୍ଷରୁ ସ୍ଥାନୀୟ ‌ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ଏକ ସଚେତନତା କାର୍ଯ୍ୟକ୍ରମରେ ଡି ଏସ୍ ପି ଅଜୟ କୁମାର ଜେନାଙ୍କ ତତ୍ବାବଧାନରେ ପ୍ରଦୀପ କୁମାର ମାଝୀ, ଷଡ଼ାନନ ନାୟକ,ସ୍ନେହଲତା ଗିରି‌ଓ ପ୍ରଭାତି ସାହୁ ପ୍ରମୁଖ ପୁଲିସ୍ ଇନିସ୍ପେଟରଙ୍କ ସମେତ ପୁଲିସ କର୍ମଚାରୀ ଅ°ଷ ଗ
ରହଣି କରି ବିଦ୍ୟାର୍ଥୀଙ୍କ ସହ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସାଇବର ସଚେତନତା କରାଇଥିଲେ। ଅନୁରୂପଭାବେ ଜିଲ୍ଲା ର ପ୍ରାୟ ସମସ୍ତ ଥାନା ଯଥା‌ ବାରିପଦା ସଦର ସବ-ଡଭିଜନର‌ ବାରିପଧଦା ସଦର, ବାରିପଦା ଟାଉନ୍,ଭଲଞ୍ଜପୁର,କୁଳିଅଣା,ଶୁଳିଆପଦା, ବାଙ୍ଗିରିପୋଷି,ଝାଡପୋଖରୀଆ,
ଚାନ୍ଦୁଆ,ଉଦଳା ସବ-ଡିଭିଜନର
ଶରତ,ଖୁଣ୍ଟା,ଉଦଳା,କପ୍ତୀପଦା
ଏବଂ ବେତନଟୀ‌‌ପୁଲିସ ସବ-ଡିଭିଜନର ବଡ଼ସାହି,ମୋରଡା, ବୈଶିଙ୍ଗା,ରାସଗୋବିନ୍ଦପୂର ଓ ବେତନଟୀର ପ୍ରମୁଖ ଥାନା ଅଧିକାରୀଙ୍କ ସହଯୋଗରେ ବିଭିନ୍ନ ପ୍ରକାର ସାଇବର ସଚେତନତା କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହୋଇଥିଲା।ଅଜଣା ଲିଙ୍କ୍ କୁ‌ କ୍ଲିକ୍ କରନ୍ତୁ ‌ନାହ।-କ୍ଲୀକ୍ କରିବା‌ଆଗରୁ ଚିନ୍ତା କରନ୍ତୁ, ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ଜ୍ଞ୍ୟାନ ଆଉ ସତର୍କତା -ସାଇଶଵର ଠକେଇରୁ ରକ୍ଷା,ଶକ୍ତ ପାସୱ।ର୍ଡ-ଦୃଢ ସୁରକ୍ଷା ଇତ୍ୟାଦି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା।
‌ ମୟୂରଭଞ୍ଜ ଜିଲ୍ଲାରେ ସାଇବର ସଚେତନ ଅଭିଯାନର‌ସଫଳ ରୂପାୟନ ପାଇଁ ସାଇବର ସେଲର‌ନୋଡାଲ ଅଫିସର‌ ତଥା ଅତିରିକ୍ତ ଆରକ୍ଷୀ‌
ଅଧିକ୍ଷକ ଦୀପକ କୁମାର ଗୋଚ୍ଛାୟତ ଆଗାମୀ ଦିନରେ ଏହି ପ୍ରୟାସକୁ ତ୍ୱରାନ୍ୱିତ କରିବା ପାଇଁ ମୟୂରଭଞ୍ଜ ପୁଲସର ବଭିନ୍ନ‌ ପ୍ରଚେଷ୍ଟାକୁ ବର୍ଣ୍ଣନା କରିଥିଲେ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *