ତ୍ରୟୋଦଶ ଦିନରେ ଶ୍ରାବଣୀ ମହୋତ୍ସବ

ପଦ୍ମପୁର ୧୧ /୮ (କ ବ୍ୟୁ ) : ପଦମପୁର ଉପଖଣ୍ଡ ଖଳିଆପାଲି ପଞ୍ଚାୟତ ଅନ୍ତର୍ଗତ ଦିୱାନଡିହି ସ୍ଥିତ ଉଭା ଶିବ ମନ୍ଦିର ଠାରେ ଆସନ୍ତା ଶ୍ରାବଣ କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇଥିବା ଶ୍ରାବଣୀ ମହୋତ୍ସବ ଆଜି ତ୍ରୟୋଦଶ ଦିନରେ ପହଞ୍ଚିଛି । ଫକୀର ଚରଣ ପଣ୍ଡା ସହଧର୍ମିଣୀ ସୀମା ପଣ୍ଡା ମୁଖ୍ୟକର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ । ଅନୁଷ୍ଠାନର ମୁଖ୍ୟ ପୂଜକ ପୁର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ ସର୍ବ ପ୍ରଥମେ ବିଶ୍ୱ କଲ୍ଯାଣ ପାଇଁ ମଙ୍ଗଲାଷ୍ଟକ ପାଠ କରିଥଲେ । ଏହାପରେ ବିଧିବଦ୍ଧ ଭାବରେ ବ୍ରାହଣ ବରନ, ସୂର୍ଯ୍ୟପୂଜା, ଗୋପୂଜା, ମାତୃପୂଜା, ଗୁରୁପୂଜା, ମହାମୃତ୍ୟୁଞ୍ଜୟ ଜପ ଓ ରୁଦ୍ରାଭିଷେକ ସଂପନ୍ନ ହୋଇଥିଲା । ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ, ହେମନ୍ତ ଷଡ଼ଙ୍ଗୀ, ଡୋଲାମଣି ଦାଶ, ବାବୁଲାଲ ଦାଶ ପ୍ରମୁଖ ପଣ୍ଡିତ ବିହିତ ପୂଜା, ହୋମ ଜପରେ ସହଯୋଗ କରିଥିଲେ । ମନ୍ଦିରର ପୂଜକ ବସୁଦେବ ବାଗ ଶବର ମଧ୍ଯ ସହଯୋଗ କରିଥଲେ । ପରିଶେଷରେ ଉପସ୍ଥିତ ଭକ୍ତମାନଙ୍କୁ ପ୍ରସାଦ ଦିଆଯାଇଥିଲା ।ଆକାଂକ୍ଷୀତ ଶ୍ରଦ୍ଧାଳୁ ଭକ୍ତ ସୁଭାଶିର୍ବାଦ ନେଇ ଗୃହକୁ ପ୍ରତ୍ୟାବର୍ତନ କରିଥିଲେ l

ଉପଖଣ୍ଡ ପଦ୍ମପୁରରୁ ଫକୀର ଦୀପଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *